ଯାଜପୁର: ଯାଜପୁର ଜିଲ୍ଲାରେ ବାରମ୍ବାର ଦେଖିବାକୁ ମିଳିଛି ଶିଶୁ ବିକ୍ରି ଘଟଣା। ଦଶରଥପୁର ବ୍ଲକ ରୁ ପୁଣି ଆସିଛି ଆଉ ଏକ ଶିଶୁ ବିକ୍ରି ଘଟଣା। ଦଶରଥପୁର ବ୍ଲକ ର ଗୋପାଳପୁର ପଂଚାୟତ ବିଭୁତିପୁର ଗ୍ରାମ ର ନରେନ୍ଦ୍ର ଯେନା ଓ ସୁଲୋଚନା ଯେନା ର ୩ ଦିନ ର ଶିଶୁ କନ୍ୟା କୁ ଯାଜପୁର ସ୍ଥିତ ତାଙ୍କ ଭଉଣୀ ଙ୍କୁ ବିକ୍ରି କରିଦେଇଥିବାର ଅଭିଯୋଗ ହେଇଛି। ସେହିପରି ୨୦୨୪ ମସିହା ଏପ୍ରିଲ୪ ତାରିଖ ଉକ୍ତ ବ୍ଲକ ର ବିହାରୀ ପଂଚାୟତ ସାଉଣ୍ଡି ଗ୍ରାମ ର ଦମ୍ପତି ସିଲୁ ଯେନା ଓ ସଞ୍ଜୁ ଯେନା ବିଂଝାରପୁର ବ୍ଲକ ଅଲକୁଣ୍ଡ ଥାନା ରଘୁନାଥପୁର ଗ୍ରାମ ର ଅନ୍ୟ ଏକ ଦମ୍ପତି କୁ ୫୦ ହଜାର ଟଙ୍କା ରେ ବିକ୍ରି କରିବା ଦେଇଥିଲେ। ଏଭଳି ଘଟଣା ରେ ସଂପୃକ୍ତ ବ୍ୟକ୍ତି ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଦାବି ହୋଇଛି। ସେପଟେ ଏହି ଘଟଣା ରେ ଯାଜପୁର ଶିଶୁ ମଙ୍ଗଳ ସୁରକ୍ଷା କାର୍ଯ୍ୟଳୟ ଓ ଦଶରଥପୁର ସିଡିପିଓ କାର୍ଯ୍ୟଳୟ ପକ୍ଷ ରୁ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର କହିଛନ୍ତି।










