28.1 C
Bhubaneswar
Tuesday, February 3, 2026
Homeଓଡିଶାରାଜ୍ୟବ୍ୟାପୀ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ କାର୍ଯ୍ୟକ୍ରମ

ରାଜ୍ୟବ୍ୟାପୀ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ୨୬ ନଭେମ୍ବର ବୁଧବାର ଦେଶବ୍ୟାପୀ ‘ସମ୍ବିଧାନ ବଞ୍ଚାଅ ଦିବସ’ କାର୍ଯ୍ୟକ୍ରମ ପାଳିତ ହେଉଛି। ଏଆଇସିସିର ମାର୍ଗଦର୍ଶିକା ଅନୁସାରେ ଓଡ଼ିଶାର ସମସ୍ତ ଜିଲ୍ଲା ସଦର ମହକୁମାରେ ଏହି କାର୍ଯ୍ୟକ୍ରମ ହେବ। ଭୁବନେଶ୍ବରଠାରେ ପିସିସି ଓ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ‘ସମ୍ବିଧାନ ବଞ୍ଚାଅ ଦିବସ’ ପାଳନ ପାଇଁ ଆଜି ୨୫ ତାରିଖ ମଙ୍ଗଳବାର ପୂର୍ବାହ୍ନରେ କଂଗ୍ରେସ ଭବନ ପ୍ରେକ୍ଷାଳୟରେ ବରିଷ୍ଠ କଂଗ୍ରେସ ନେତା ଆଇନଜୀବୀ ଶ୍ରୀ ଶିବାନନ୍ଦ ରାୟଙ୍କ ପୌରୋହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା। ‘ସମ୍ବିଧାନ ବଞ୍ଚାଅ ଦିସବ’ କାର୍ଯ୍ୟକ୍ରମରେ ପିସିସିର ବିଭିନ୍ନ ଛାମୁଆ ସଂଗଠନ, ବିଭାଗ, ପ୍ରକୋଷ୍ଠ ଓ ନେତୃବୃନ୍ଦଙ୍କ ଉଦ୍ୟମରେ ଯୋଗଦେବାକୁ ଥିବା ନେତା ଓ କର୍ମୀଙ୍କ ସଂଖ୍ୟା, ଉପରୋକ୍ତ ପ୍ରସ୍ତୁତି ବୈଠକରେ ଭୁବନେଶ୍ବର କଂଗ୍ରେସ ଜିଲ୍ଲା ସଭାପତି ପ୍ରକାଶ ଜେନା ଓ ପିସିସିର ଏସ୍‌ସି ବିଭାଗ ଅଧ୍ୟକ୍ଷ ମାନସ ମଲ୍ଲିକଙ୍କ ତତ୍ତ୍ବାବଧାନରେ ନିର୍ଦ୍ଧାରଣ କରାଯାଇଥିଲା। ଉକ୍ତ ପ୍ରସ୍ତୁତି ବୈଠକରେ ଶ୍ରୀକାନ୍ତ ଜେନା, ସୁରେଶ ରାଉତରାୟ, ସୁଜିତ୍ ପାଢ଼ୀ, ଡ଼ ଲଲାଟେନ୍ଦୁ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ପ୍ରକାଶ ଜେନା, ରଞ୍ଜିତ ପାତ୍ର, ଅଶୋକ ଦାସ, ଯଶବନ୍ତ ସିଂହ ଲାଗୁରୀ, ୟାସିର ନଓ୍ବାଜ, ଅରବିନ୍ଦ ଦାସ, ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ଚିନ୍ମୟ ସୁନ୍ଦର ଦାଶ, ଅଜୟ ମହାପାତ୍ର, ପ୍ରଦୀପ ମହାପାତ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ରଖିଥିଲେ। ଶେଷରେ ମାନସ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟସୂଚୀ ଅନୁସାରେ, ବୁଧବାର ସକାଳ ୮.୩୦ରେ ଏଜି ଛକସ୍ଥିତ ଭାରତରତ୍ନ ବାବାସାେହବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସକାଳ ୧୦.୦୦ଟାରେ କଂଗ୍ରେସ ଭବନସ୍ଥିତ ଆମ୍ବେଦକର ଓ ଅନ୍ୟ ସମସ୍ତ ମହାମନିଷୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସକାଳ ୧୦.୧୫ରେ କଂଗ୍ରେସ ଭବନଠାରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ‘ସମ୍ବିଧାନ ବଞ୍ଚାଅ ଦିବସ’ କାର୍ଯ୍ୟକ୍ରମର ଆଲୋଚନା ସଭା ପରେ ପୂର୍ବାହ୍ନ ୧୧.୩୦ରେ କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରା ବାହାରି ଉତ୍କଳ ମଣ୍ଡପରେ ପହଞ୍ଚିବ। ମଧ୍ୟାହ୍ନ ୧୨.୦୦ଟାରେ ଉତ୍କଳ ମଣ୍ଡପରେ ‘ଭାରତ ଯୋଡ଼ୋ ଅଭିଯାନ’ ଆନୁକୂଲ୍ୟରେ ହେଉଥିବା ‘ସମ୍ବିଧାନ ବଞ୍ଚାଅ’ କାର୍ଯ୍ୟକ୍ରମରେ ସମସ୍ତେ ଯୋଗଦେବେ। ଅପରାହ୍ଣ ୩.୦୦ରେ କଂଗ୍ରେସ ଭବନଠାରେ ପିସିସି ଆଇନ ବିଭାଗ ତରଫରୁ ‘ସମ୍ବିଧାନ ବଞ୍ଚାଅ’ ବିଷୟରେ ଆଲୋଚନାଚକ୍ର ଆୟୋଜିତ ହେଉଛି। ଉପରୋକ୍ତ କାର୍ଯ୍ୟସୂଚୀ ଅନୁସାରେ ବହୁସଂଖ୍ୟାରେ ଦଳର ନେତା ଓ କର୍ମୀମାନେ ଯୋଗଦେବାକୁ ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking