19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶମନ୍ଦିର ଚୂଡ଼ାରେ ଉଡିଲା ଗେରୁଆ ବାନା

ମନ୍ଦିର ଚୂଡ଼ାରେ ଉଡିଲା ଗେରୁଆ ବାନା

ନୂଆଦିଲ୍ଲୀ: ରାମ ମନ୍ଦିରରେ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି ଧ୍ୱଜା ରୋହଣ ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଧ୍ୱଜା ରୋହଣ କରିଛନ୍ତି । ଧ୍ୱଜା ରୋହଣ ପାଇଁ ମଙ୍ଗଳବାର ସକାଳ 11.58ରୁ ମଧ୍ୟାହ୍ନ 12.30 ପର୍ଯ୍ୟନ୍ତ ଶୁଭ ସମୟ ଧାର୍ଯ୍ୟ କରାଯାଇଥିଲା । 32 ମିନିଟର ଏହି ଶୁଭ ସମୟ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ନକ୍ଷତ୍ର ଅଭିଜିତ ମୁହୂର୍ତ୍ତ ସହ ମେଳ ଖାଏ । ତେଣୁ ଏଇ ମୁହୂର୍ତ୍ତରେ ହିଁ ପ୍ରଧାନମନ୍ତ୍ରୀ ଧ୍ୱଜା ରୋହଣ କରିଛନ୍ତି । ଏଥିପାଇଁ ସାରା ଅଯୋଧ୍ୟାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହି ସମାରୋହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ଅଯୋଧ୍ୟାରେ ପହଞ୍ଚିଥିଲେ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବଗିରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଆସିବା ପରେ ପ୍ରଥମେ ସରଜୁ ନଦୀରେ ସ୍ନାନ କରିବା ପରେ ଦେବପୂଜା ଏବଂ ଧ୍ୱଜା ରୋହଣ କାର୍ଯ୍ୟ ସମ୍ପାଦନ କରିଛନ୍ତି । ବଟନ ଚିପି ମୋଦି ଏହି ଗେରୁଆ ରଙ୍ଗର ତ୍ରିକୋଣୀୟ ସ୍ୱତନ୍ତ୍ର ଧ୍ୱଜାରୋହଣ କାମ ସମ୍ପାଦନ କରିଥିଲେ । ଧ୍ୱଜା ଶିଖରକୁ ଉଠିବା ଯାଏ ପ୍ରଧାନମନ୍ତ୍ରୀ ଦୁଇ ହାତ ଯୋଡି ନମସ୍କାର କରି ଛିଡା ହୋଇଥିଲେ । ମୋଦିଙ୍କ ସହିତ ମୋହନ ଭାଗବତ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ ପଟେଲ ମଧ୍ୟ ଉପସ୍ଥିତ ଥିଲେ । ଆଯୋଧ୍ୟ ରାମ ମନ୍ଦିରର ସ୍ୱର୍ଣ୍ଣିମ ଧ୍ୱଜାରେ ଏକ ଉଦୟ ସୂର୍ଯ୍ୟର ଚିହ୍ନ ରହିଛି । ଏଥିସହିତ ଧ୍ୱଜାରେ ଏକ କାଞ୍ଚନ ବୃକ୍ଷର ଚିହ୍ନ ରହିବା ସହ ଓମ ଲେଖା ଯାଇଛି । ଏହି ଧର୍ମଧ୍ୱଜାରେ ଭଗବାନ ଶ୍ରୀରାମଙ୍କ ତେଜ ଏବଂ ବୀରତା ଏବଂ ରାମ ରାଜ୍ୟର ଆଦର୍ଶକୁ ଦର୍ଶାଇଥାଏ । ଏହି ଧ୍ୱଜାର ଉଚ୍ଚତା 10 ଫୁଟ ଏବଂ ଓସାର 20 ଫୁଟ ରହିଛି । ଏହି ଧର୍ମ ଧ୍ୱଜାକୁ ମନ୍ଦିର ଶିଖରରେ ସ୍ଥାପନ କରାଯାଇଛି । ଏହି ଧ୍ୱଜା ମର୍ଯ୍ୟାଦା, ଏକତା ଏବଂ ସାଂସ୍କୃତିକ ନିରନ୍ତରତାର ବାର୍ତ୍ତା ପ୍ରଦାନ କରିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଅଯୋଧ୍ୟାରେ ପହଞ୍ଚିଥିବା ସମସ୍ତ ଅତିଥିଙ୍କୁ ସ୍ୱାଗତ କରି ଏକ ଟୁଇଟ କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି, ଶ୍ରୀରାମ ଜନ୍ମଭୂମି ମନ୍ଦିର ଶିଖରରେ ଦିବ୍ୟ ଭବ୍ୟ ଧ୍ୱଜାରୋହଣର ପବିତ୍ର ଉତ୍ସବରେ ଯୋଗ ଦେଇଥିବାରୁ ସମସ୍ତ ଅତିଥିଗଣ ଏବଂ ମହାନୁଭବଙ୍କୁ ସତ୍ୟ, ଧର୍ମ ଏବଂ କରୁଣାର ପ୍ରତିମୂର୍ତ୍ତି ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପ୍ରାଣପ୍ରିୟ ନଗରୀ ଶ୍ରୀ ଅୟୋଧ୍ୟ ଧାମରେ ହୃଦୟରୁ ଆପଣଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ । ଏହି ଧ୍ୱଜାରୋହଣ ସମାରୋହ ଦେଖିବା ପାଇଁ ସାରା ଦେଶର ଲୋକେ ଏଠାରେ ପହଞ୍ଚିଛନ୍ତି । ପ୍ରାୟ 7 ହଜାର ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି । ଜୟ ଶ୍ରୀରାମ ଧ୍ୱନୀରେ ସାରା ଅଯୋଧ୍ୟା ପ୍ରକମ୍ପିତ ହେଉଛି ।ଏହି ଧ୍ୱଜା ଯେଉଁଥିରେ ସ୍ଥାପିତ କରାଯିବ ସେଥିରେ 21 କେଜିର ସୁନା ଲାଗିଛି । ଏହି ଧ୍ୱଜାକୁ ଅଧିକ ଆକର୍ଷିତ କରିବା ପାଇଁ ମୁମ୍ବାଇର କାରିଗରମାନେ ବିଶେଷ କାମ କରିଛନ୍ତି । ଏହାର ଉଚ୍ଚତା 161 ଫୁଟ । ଏହା ସମ୍ପର୍ଣ୍ଣ ଭାବେ ସୁନାରେ ମଣ୍ଡିତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking