24.1 C
Bhubaneswar
Friday, February 6, 2026
Homeଓଡିଶାବୋଲେରୋ- ଟ୍ୟାଙ୍କର ମୁହାଁମୁହିଁ ଧକ୍କା: ୩ ମୃତ

ବୋଲେରୋ- ଟ୍ୟାଙ୍କର ମୁହାଁମୁହିଁ ଧକ୍କା: ୩ ମୃତ

କଟକ: କଟକ ଜିଲ୍ଲା ଟାଙ୍ଗୀ ରଜକଣା ଛକ ନିକଟରେ ବଡ଼ ଦୁର୍ଘଟଣା। ୧୬ ନମ୍ଵର ଜାତୀୟ ରାଜପଥରେ ବୋଲେରୋ ସହିତ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୨ ଜଣ ଗୁରୁତର।  ସୂଚନା ଅନୁଯାୟୀ, ଆଜି ଭୋର ୩ଟା ୫୦ ମିନିଟ୍ ସମୟରେ କେଉଁଝରରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ଏକ ବୋଲେରୋ ଡିଭାଇଡର୍ ଭାଙ୍ଗି ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହ ପିଟି ହୋଇଥିଲା। ଉକ୍ତ କଣ୍ଟେନର ଭୁବନେଶ୍ବରରୁ ଚଣ୍ଡିଖୋଲ ଆଡ଼କୁ ଯାଉଥିଲା। ବୋଲେରୋରେ ଖଣିରେ କାମ କରୁଥିବା ଲୋକ ଥିଲେ। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ବୋଲେରୋରେ ଥିବା ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ଏହାଛଡ଼ା ଦୁଇଜଣ ଗୁରୁତର ହୋଇଥିଲେ। ଟାଙ୍ଗୀ ପୁଲିସ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଇଛି। ତେବେ କଣ୍ଟେନରର କିଛି କ୍ଷତି ହୋଇନାହିଁ କି ସେଥିରେ ଥିବା ଚାଳକ ବା ହେଲପର କେହି ହତାହତ ହୋଇନାହାନ୍ତି। ପୁଲିସ ଉଭୟ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking