28.1 C
Bhubaneswar
Saturday, March 28, 2026
Homeଓଡିଶାଜୈବିକ ବୃତ୍ତ ଅର୍ଥନୀତି ର ପରିପନ୍ଥୀ ହୋଇ କୀଟ ମାଧ୍ୟମରେ ଓଦା ଅଳିଆରୁ ଖତ ପ୍ରସ୍ତୁତ...

ଜୈବିକ ବୃତ୍ତ ଅର୍ଥନୀତି ର ପରିପନ୍ଥୀ ହୋଇ କୀଟ ମାଧ୍ୟମରେ ଓଦା ଅଳିଆରୁ ଖତ ପ୍ରସ୍ତୁତ କରିବ ବି ଏମ୍ ସି

ଭୁବନେଶ୍ୱର:  ଓଡିଶା ସରକାରଙ୍କ ମାନ୍ୟବର ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ଵର ମହାନଗର ନିଗମର ଭରତପୁର ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (MCC) ରେ ଇନସେକଟିକାର ଅତ୍ୟାଧୁନିକ ବ୍ଲାକ୍ ସୋଲଜର ଫ୍ଲାଏ (ବିଏସଏଫ)ଭିତ୍ତିକ ବର୍ଜ୍ୟ ପ୍ରକ୍ରିୟା କରଣ ସୁବିଧା ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ, ମାନ୍ୟବର ମନ୍ତ୍ରୀ ବିଏସଏଫ ଲାର୍ଭା ବ୍ୟବହାର କରି ଜୈବ ଅଳିଆକୁ ଉଚ୍ଚ-ମୂଲ୍ୟର ଆଉଟପୁଟ (ନିଷ୍କର୍ଷ ଖତ ବା ଜୈବିକ ସାର) ରେ କରିବାର ଅଭିନବ ପ୍ରକ୍ରିୟାଗୁଡ଼ିକର ସମୀକ୍ଷା କଲେ। ସୂଚନା ଯୋଗ୍ୟକି, ଓଦା ଅଳିଆରୁ ଉନ୍ନତମାନର ଜୈବିକ ସାର ପ୍ରକ୍ରିୟା କରଣର ଏହା ଏକ ସ୍ଵତନ୍ତ୍ର ଉପାୟ l ଏହି ଉପାୟରେ ଓଦା ଅଳିଆକୁ ଗୁଣ୍ଡ କରିଦେଇ ଏକପ୍ରକାରର କୀଟର ପ୍ରୟୋଗରେ ଅଳିଆର ପରିମାଣ କରିଥାଏ ଏବଂ ପରବର୍ତ୍ତୀ ପ୍ରକ୍ରିୟାରେ ସ୍ଵତନ୍ତ୍ର ସାର ବାହାରିଥାଏ, ଯାହା ମାଟି ର ଉର୍ବରତା ବଢ଼ାଇବାରେ ସହଯୋଗୀ ହୋଇଥାଏ l ଏହି ପ୍ରକ୍ରିୟାର ପରୀକ୍ଷାମୂଳକ ପ୍ରୟୋଗକୁ ପରିଚାଳନା କରିବାପାଇଁ ବି ଏମ୍ ସି ଏବଂ ଏମ୍ ଏସ୍ ଇନସେକଟିକା ବାୟୋ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ସହିତ ରାଜିନାମା ସ୍ବାକ୍ଷରିତ ହୋଇଅଛି l ଏକବର୍ଷ ପାଇଁ ହୋଇଥିବା ରାଜିନାମା ଅନୁସାରେ ଉକ୍ତ ସଂସ୍ଥା ଏହି ପରିଚାଳନା ଦାୟିତ୍ଵରେ ରହିଅଛି l

ଡକ୍ଟର ମହାପାତ୍ର ପୌର ଆବର୍ଜନା ପରିଚାଳନାକୁ ଉନ୍ନତମାନର କରିବା, ଲ୍ୟାଣ୍ଡଫିଲ୍ ବୋଝ ହ୍ରାସ କରିବା ଏବଂ ପ୍ରୋଟିନ-ସମୃଦ୍ଧ ଖାଦ୍ୟ ଏବଂ ଜୈବ ମାଟି ବୃଦ୍ଧିକାରୀ ଭଳି ସ୍ଥାୟୀ ଉପ-ଉତ୍ପାଦ ସୃଷ୍ଟି କରିବା ପାଇଁ ପ୍ରଯୁକ୍ତିର ସମ୍ଭାବନାକୁ ସମୀକ୍ଷା କରି ଖୁସି ପ୍ରକଟ କଲେ। ଏହା ସାଙ୍ଗକୁ , ସହରାଞ୍ଚଳ ପରିମଳରେ ଉନ୍ନତ ବୃତ୍ତାକାର-ଅର୍ଥନୀତି ସମାଧାନ ପ୍ରଚଳନ କରିବାରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ଏବଂ ଇନସେକଟିକା ମଧ୍ୟରେ ସହଭାଗୀତାକୁ ପ୍ରଶଂସା କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପ୍ରକାରର ପ୍ରଯୁକ୍ତିବିଦ୍ୟା-ଚାଳିତ ପଦକ୍ଷେପଗୁଡ଼ିକ ବୈଜ୍ଞାନିକ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ, ପରିବେଶଗତ ପରିଚାଳନା ଏବଂ ସବୁଜ ଜୀବିକା ସୃଷ୍ଟି ପ୍ରତି ରାଜ୍ୟର ପ୍ରତିବଦ୍ଧତା ସହିତ ସମନ୍ୱିତ। ଏନ ଗଣେଶବାବୁ ଡେପୁଟି କମିଶନର ବିଏମସି, ଶ୍ରୀଯୁକ୍ତ ଅରୁଣ କୁମାର ଦାସ, ପ୍ରତିଷ୍ଠାତା ଏବଂ ସିଇଓ, ଡକ୍ଟର ଚିନ୍ମୟୀ ଆଚାର୍ଯ୍ୟ, ଗବେଷଣା ଏବଂ ବିକାଶ ମୁଖ୍ୟ, ଇନସେକ୍ଟିକା ବାୟୋଟେକ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନେ ଗସ୍ତ ସମୟରେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking