ଭୁବନେଶ୍ୱର: ବିହାର ବିଜୟ ମୋଦିଙ୍କ ନେତୃତ୍ୱକୁ ବଡ ସ୍ୱୀକୃତି କହିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିହାରରେ ଲଗାତାର ୨୦ ବର୍ଷ ଶାସନ ପରେ ବି ପୁଣି ଥରେ ଏନଡିଏ ବିଜୟୀ ହୋଇଛି । ଏହି ବିଜୟ ମୋଦିଙ୍କ ନେତୃତ୍ୱକୁ ବଡ ସ୍ୱୀକୃତି ଦେଇଛି । ପୂରା ଦେଶରେ କଲ୍ୟାଣକାରୀ ଶାସନ ଚାଲିଥିବାରୁ ଏନଡିଏ ଆସ୍ଥାଭାଜନ ହୋଇପାରିଛି । ଦେଶ ବିଭାଜନ ମାନସିକତା ରଖୁଥିବା କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି ।










