16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଲୁଧିଆନାରେ ଆତଙ୍କୀ ଷଡ଼ଯନ୍ତ୍ର ବିଫଳ, ୨ ଗିରଫ

ଲୁଧିଆନାରେ ଆତଙ୍କୀ ଷଡ଼ଯନ୍ତ୍ର ବିଫଳ, ୨ ଗିରଫ

ଲୁଧିଆନା: ପଞ୍ଜାବର ଲୁଧିଆନାରେ ଏକ ବଡ଼ ଆତଙ୍କବାଦୀ ଯୋଜନାକୁ ବିଫଳ କରିବାରେ ପଞ୍ଜାବ ପୁଲିସ୍ ସଫଳ ହୋଇଛି। ଏଠାରେ ୨ ଆତଙ୍କବାଦୀଙ୍କୁ ପୁଲିସ୍ ଟିମ୍ ଏନ୍‌କାଉଣ୍ଟର କରିଛି। ଗୁଳି ଉଭୟ ଆତଙ୍କବାଦୀଙ୍କୁ ଛାତି ଏବଂ ପେଟରେ ବାଜିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ବେଳେ ହସ୍ପିଟାଲ ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗୋଟିଏ ପଟେ ଏନ୍‌ଆଇଏ ଗିରଫଦାରୀ ପ୍ରକ୍ରିୟା ଜାରି ରଖିଥିବା ବେଳେ ଅନ୍ୟପକ୍ଷେ ପଞ୍ଜାବ ପୁଲିସ୍ ଆଜି ୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିବା ଘଟଣା ସାମ୍ନାକୁ ଆସିଛି। ଦେଶର ଅନ୍ୟ ପ୍ରାନ୍ତରେ ମଧ୍ୟ ଏପ୍ରକାର ଆହୁରି ଅନେକ ଆତଙ୍କୀ ଲୁଚି ରହିଥିବା ନେଇ ଆଶଙ୍କା ସୃଷ୍ଟି ହୋଇଥିବାରୁ ଏହାକୁ ନେଇ ଦେଶବାସୀ ଏବେ ଭୟଭୀତ ହୋଇପଡିଛନ୍ତି।

ପଞ୍ଜାବ ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଏହି ଦୁଇ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ଏମାନେ ପୁଲିସ୍ ଟିମ୍ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଫଳରେ ଚଢ଼ଉ କରିଥିବା ପୁଲିସ୍ ଟିମ୍ ପାଲଟା ଜବାବରେ ଗୁଳି ଚଳାଇଥିଲା। ପୁଲିସ୍ କମିଶନର ସ୍ୱପନ୍ ଶର୍ମା ଏସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ କହିବାନୁସାରେ ଏନ୍‌କାଉଣ୍ଟରରେ ଉଭୟ ଆତଙ୍କୀ ଆହତ ହେବା ପରେ ସେମାନଙ୍କୁ ଗିରଫ କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କଠାରୁ ଦୁଇଟି ହାଣ୍ଡ୍ ଗ୍ରେନେଡ୍ ଏବଂ ୪ଟି ପିସ୍ତଲ ଏବଂ ୫୦ ରାଉଣ୍ଡରୁ ଅଧିକ ଗୁଳି କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଏମାନେ ଏହି ଅଞ୍ଚଳରେ ହାଣ୍ଡ୍ ଗ୍ରେନେଡ୍ ସହିତ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିଲେ। ଦିଲ୍ଲୀ-ଅମୃତସର ଜାତୀୟ ରାଜପଥର ଲାଡୋୱାଲ ଟୋଲ୍ ପ୍ଲାଜା ନିକଟରେ ଏହି ଏନକାଉଣ୍ଟର ହୋଇଛି। ପୁଲିସ କମିସନର ସ୍ୱପନ ଶର୍ମା ବ୍ୟକ୍ତିଗତ ଭାବରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking