28.1 C
Bhubaneswar
Wednesday, February 4, 2026
Homeଓଡିଶାରଥଯାତ୍ରା ଦଳଚକଟା; ଏସିଏଫ୍‌ଙ୍କ ବିରୁଦ୍ଧରେ ଆକ୍ସନ

ରଥଯାତ୍ରା ଦଳଚକଟା; ଏସିଏଫ୍‌ଙ୍କ ବିରୁଦ୍ଧରେ ଆକ୍ସନ

ଭୁବନେଶ୍ୱର: ପୁରୀ ରଥଯାତ୍ରା ସମୟରେ ଦଳଚକଟା ଘଟଣାରେ ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ। ପୁରୀରେ ରଥଯାତ୍ରା ସମୟରେ ଜିଲ୍ଲା ନିୟନ୍ତ୍ରଣ କକ୍ଷରେ ଦାୟିତ୍ୱରେ ଅବହେଳା ପାଇଁ ପୁରୀର ସହକାରୀ ବନ ସଂରକ୍ଷକ(ଏସିଏଫ୍‌)ଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ୩୦ ଦିନ ଭିତରେ ନିଜର ମତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣା ଦିନ ଏସିଏଫ ଅଶୋକ ବେହେରା ଏବଂ ପୁଲିସ ବିଭାଗର ଅନ୍ୟ ଅଧିକାରୀମାନଙ୍କୁ ଗୁଣ୍ଡିଚା ମନ୍ଦିର ନିକଟରେ କାର୍ଯ୍ୟ କରିିବା ନେଇ ଜିଲ୍ଲା ନିୟନ୍ତ୍ରଣ କକ୍ଷରେ ଦାୟିତ୍ୱ ଦିଆଯାଇଥିଲା। ପୁଲିସ ସହ ସମନ୍ୱୟ ରଖି କ୍ରାଉଡ୍ ମ୍ୟାନେଜମେଣ୍ଟ କରିବାର ଥିଲା। ସେଥିରେ ଅବହେଳା ହୋଇଥିବା ଅନୁ ଗର୍ଗ ରିପୋର୍ଟରେ ଦର୍ଶାଇବା ପରେ ଆକ୍ସନ ନିଆଯାଇଛି। ତାଙ୍କ ସହ ସେତେବେଳେ କଣ୍ଟ୍ରୋଲ ରୁମରେ ଦାୟିତ୍ୱରେ ଥିବା ଆଉ ୪ ଅଧିକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛି ଗୃହ ବିଭାଗ। ଜଣେ ସହକାରୀ ଜିଲ୍ଲାପାଳ, ୨ ଜଣ ଅତିରିକ୍ତ ତହସିଲଦାର ଏବଂ ଜଣେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଛି। ପୂର୍ବରୁ ୭ ଜଣ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁଁ ସୁପାରିଶ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking