31.1 C
Bhubaneswar
Friday, February 6, 2026
Homeଓଡିଶାନାବାଳିକାକୁ ଯୌନ ନିର୍ଯାତନା: ଯୁବକ ଗିରଫ

ନାବାଳିକାକୁ ଯୌନ ନିର୍ଯାତନା: ଯୁବକ ଗିରଫ

ଅନୁଗୁଳ: ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ ଯୁବକ ଗିରଫ। ଗିରଫ ଅଭିଯୁକ୍ତଙ୍କୁ ମହିଧରପୁର ଅଞ୍ଚଳର କର୍ଣ୍ଣପୁର ଗ୍ରାମର ସୌମ୍ୟ ରଞ୍ଜନ ରଥ ବୋଲି ଚିହ୍ନିତ କରାଯାଇଛି। ଅନୁଗୁଳ ଜିଲ୍ଲାର ଶିଳ୍ପ ନିଶା ଥାନା ସୀମାର ବଡ଼କେରଜଙ୍ଗ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଏବଂ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଯୁବକ ଜଣକ ନଭେମ୍ବର ୮ ତାରିଖରେ ଝିଅଟିକୁ ଅପହରଣ କରି ଯୌନ ନିର୍ଯାତନା ଦେବା ପରେ ପରିବାର ସଦସ୍ୟମାନେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାରରେ ନିଶା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଢେଙ୍କାନାଳ ଟାଉନ୍ ଥାନା ଅଧୀନସ୍ଥ ଲକ୍ଷ୍ମୀ ବଜାର ଅଞ୍ଚଳରୁ ଯୁବତୀଙ୍କୁ ଉଦ୍ଧାର କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking