ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୀତ କମିବା ସହ ୨ ଦିନ ମଧ୍ୟରେ ୬.୬ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ପାଇଛି। ହେଲେ ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଏବେ ରାଜଧାନୀରୁ ଏବେ ଶୀତ ଗାଏବ ହୋଇଯାଇଛି। ରାତିରେ ତାପମାତ୍ରା ବଢିବା ସହ ୧୮ ଓ ୧୯ ତାରିଖରେ ରାଜଧାନୀରେ ଆକାଶ ପ୍ରାୟ ମେଘ ଶୂନ୍ୟ ଥିବା ବେଳେ ଏବେ ହଠାତ ଆକାଶରେ ବାଦଲ ଦେଖିବାକୁ ମିଳିଛି। ଏହା ଦ୍ବାରା ଭୁବନେଶ୍ବରରେ ରାତି ତାପମାତ୍ରା ବିଢିଛି। ତେବେ ୨ ଦିନ ଭିତରେ ରାଜଧାନୀରେ ତାପମାତ୍ରା ବୃଦ୍ଧି ଘଟିଛି।









