ମାଲକାନଗିରି: ଆବାସ ଘର ତିଆରି ପାଇଁ ବଣ୍ଡା ଜନଜାତିଙ୍କୁ ବିଡିଓ ଅପିଲ କରିଛନ୍ତି । ମୁଦୁଲିପଡା ଓ ଅଣ୍ଡରାହାଲ ଗାଁରେ ସଚେତନ କଲେ ଖଇରପୁଟ ବିଡିଓ । ରାତିରେ ବିଭିନ୍ନ ଗାଁ ବୁଲି ଲୋକଙ୍କୁ ବୁଝାଇଲେ ବିଡିଓ ଅଜୟ କୁମାର ପ୍ରଧାନ। ଆବାସ ଘର କାମ ଶେଷ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି । ୧୧୬୮ ଟି ଘର ଆସିଥିବା ବେଳେ ୫୦୭ ଟି ନିର୍ମାଣ ଆରମ୍ଭ ହୋଇନି ।










