ଭୁବନେଶ୍ୱର: ଶପଥ ନେଲେ ଜୟ ଢୋଲକିଆ । ବିଧାନସଭାରେ ସ୍ୱତନ୍ତ୍ର ଶପଥ ପାଠ ସମାରୋହରେ ଯୋଗ ଦେଇ ଜୟ ଢୋଲକିଆ ଶପଥ ନେଇଛନ୍ତି । ଗୋପନୀୟତାର ସହ ଜୟ ଢୋଲକିଆଙ୍କୁ ଶପଥ ପାଠ କରାଇଛନ୍ତି ବାଚସ୍ପତି ସୁରମା ପାଢୀ । ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଜନ୍ମଦିନରେ ପୁରା ପରିବାର ସହ ବିଧାନସଭାରେ ପହଞ୍ଚି ଶପଥ ନେଇଥିଲେ। ୮୩ ହଜାରରରୁ ଅଧିକ ଭୋଟ ବ୍ୟବଧାନରେ ଜୟ ଢୋଲକିଆ ଜିତିଥିଲେ । ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିଲା ।










