18.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଅଲ୍ ଫଲାହ ଗ୍ରୁପ୍ ଅଧ୍ୟକ୍ଷଙ୍କ ପାରିବାରିକ ସମ୍ପତ୍ତି ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ

ଅଲ୍ ଫଲାହ ଗ୍ରୁପ୍ ଅଧ୍ୟକ୍ଷଙ୍କ ପାରିବାରିକ ସମ୍ପତ୍ତି ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ମହୁ କ୍ୟାଣ୍ଟନମେଣ୍ଟ ବୋର୍ଡ ଅଲ୍ ଫଲାହ ଗ୍ରୁପ ଅଧ୍ୟକ୍ଷ ଜୱାଦ ଅହମ୍ମଦ ସିଦ୍ଦିକୀଙ୍କ ପାରିବାରିକ ସମ୍ପତ୍ତି ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ ଏକ ନୋଟିସ୍ ଜାରି କରିଛି। କ୍ୟାଣ୍ଟନମେଣ୍ଟ ବୋର୍ଡ କର୍ତ୍ତୃପକ୍ଷ ତିନି ଦିନ ମଧ୍ୟରେ କୋଠାଟିକୁ ଭାଙିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫରିଦାବାଦରେ ଅଲ୍ ଫଲାହ ଗ୍ରୁପ ଦ୍ୱାରା ପରିଚାଳିତ ଅଲ୍ ଫଲାହ ବିଶ୍ୱବିଦ୍ୟାଳୟ ନଭେମ୍ବର ୧୦ ତାରିଖରେ ଦିଲ୍ଲୀ ବିସ୍ଫୋରଣ ମାମଲାରେ ତଦନ୍ତର କେନ୍ଦ୍ର ହୋଇଛି। ଏହି ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ହୋଇଛନ୍ତି। କ୍ୟାଣ୍ଟନମେଣ୍ଟ ଇଞ୍ଜିନିୟର ଏଚ୍.ଏସ୍. କାଲୋୟା କହିଛନ୍ତି, “ଆମେ ଜୱାଦ ଅହମ୍ମଦ ସିଦ୍ଦିକୀଙ୍କ ପିତା ସ୍ୱର୍ଗତ ମୌଲାନା ହମ୍ମାଦଙ୍କ ଘରକୁ ଏକ ନୋଟିସ ଜାରି କରିଛୁ। ନୋଟିସ ଅନୁଯାୟୀ, ବିଭାଗ ପୂର୍ବରୁ ୧୯୯୬ ଏବଂ ୧୯୯୭ରେ କ୍ୟାଣ୍ଟନମେଣ୍ଟ ଆଇନ, ୧୯୨୪ର ପ୍ରାସଙ୍ଗିକ ଧାରା ଅନୁଯାୟୀ ଅନେକ ଥର ଅନଧିକୃତ ନିର୍ମାଣକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲା।”

କ୍ୟାଣ୍ଟନମେଣ୍ଟ ଇଞ୍ଜିନିୟର ଏଚ୍.ଏସ୍. କାଲୋୟା କହିଛନ୍ତି, “ଆମେ ଜୱାଦ ଅହମ୍ମଦ ସିଦ୍ଦିକୀଙ୍କ ପିତା ସ୍ୱର୍ଗତ ମୌଲାନା ହମ୍ମାଦଙ୍କ ଘରକୁ ଏକ ନୋଟିସ ଜାରି କରିଛୁ। ନୋଟିସ ଅନୁଯାୟୀ, ବିଭାଗ ପୂର୍ବରୁ ୧୯୯୬ ଏବଂ ୧୯୯୭ରେ କ୍ୟାଣ୍ଟନମେଣ୍ଟ ଆଇନ, ୧୯୨୪ର ପ୍ରାସଙ୍ଗିକ ଧାରା ଅନୁଯାୟୀ ଅନେକ ଥର ଅନଧିକୃତ ନିର୍ମାଣକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲା। ତଥାପି, ବାରମ୍ବାର ନୋଟିସ୍ ସତ୍ତ୍ୱେ, ସମ୍ପୃକ୍ତ ନିର୍ମାଣକୁ ହଟାଯାଇ ନାହିଁ।” ସେ କହିଛନ୍ତି ଯେ ନୂତନ ନୋଟିସରେ ସମ୍ପତ୍ତିର ବର୍ତ୍ତମାନର ଆଇନଗତ ଉତ୍ତରାଧିକାରୀଙ୍କୁ ତିନି ଦିନ ମଧ୍ୟରେ ଅନଧିକୃତ କୋଠାକୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀ କହିଛନ୍ତି ଯେ ଯଦି ନିର୍ଦ୍ଦେଶ ପାଳନ ନ କରାଯାଏ, ତେବେ କ୍ୟାଣ୍ଟନମେଣ୍ଟ ବୋର୍ଡ ଭାଙ୍ଗିବା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ ଏବଂ କ୍ୟାଣ୍ଟନମେଣ୍ଟ ଆଇନର ନିୟମ ଅନୁଯାୟୀ ସମ୍ପୃକ୍ତ ପକ୍ଷଙ୍କଠାରୁ ଖର୍ଚ୍ଚ ଆଦାୟ କରାଯିବ।

ଅଧିକାରୀମାନେ କହିଛନ୍ତି ଯେ ମଧ୍ୟପ୍ରଦେଶ ପୋଲିସ ପୂର୍ବରୁ ମହୁର ଏକ ଆର୍ଥିକ ଠକେଇ ମାମଲାରେ ଜବାଦ ସିଦ୍ଦିକୀଙ୍କ ଭାଇ ହମୁଦ ଅହମ୍ମଦ ସିଦ୍ଦିକୀଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲା। ରବିବାର ଗିରଫ ହୋଇଥିବା ହାମୁଦ ୨୫ ବର୍ଷ ପୂର୍ବେ ମହୁରେ ଏକ ବଡ଼ ଧରଣର ଆର୍ଥିକ ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଦିଲ୍ଲୀ ବୋମା ବିସ୍ଫୋରଣର ମୁଖ୍ୟ ସନ୍ଦିଗ୍ଧ ଡାକ୍ତର ଉମର ଉନ୍ ନବି, ଅଲ୍ ଫଲାହ ବିଶ୍ୱବିଦ୍ୟାଳୟର ସାଧାରଣ ମେଡିସିନ୍ ବିଭାଗର ଜଣେ ସହାୟକ ପ୍ରଫେସର ଥିଲେ। ଦିଲ୍ଲୀ ବୋମା ବିସ୍ଫୋରଣର ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିଶ୍ୱବିଦ୍ୟାଳୟ ସହିତ ସମ୍ପର୍କ ଥିବା ବିଶ୍ୱାସ କରାଯାଉଛି, ଯାହା ଫଳରେ ତଦନ୍ତକାରୀମାନେ ସଂସ୍ଥାଗତ ରେକର୍ଡ, ଆର୍ଥିକ କାରବାର ଏବଂ ପରିଚାଳନା ଅନୁମତି ଯାଞ୍ଚ କରିବାକୁ ବାଧ୍ୟ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking