ଭୁବନେଶ୍ୱର: ୧. ଭାରତ ନିର୍ବାଚନ ଆୟୋଗ (ECI) ବିହାର ବିଧାନସଭାର ସାଧାରଣ ନିର୍ବାଚନ ୨୦୨୫ ପାଇଁ ୧୪ ପ୍ରକାର ତଥ୍ୟ ସମ୍ବଳିତ ଏକ ପରିସଂଖ୍ୟାନ ରିପୋର୍ଟ ପ୍ରକାଶ କରିଛନ୍ତି ।
୨. ପରିସଂଖ୍ୟାନ ରିପୋର୍ଟଗୁଡ଼ିକରେ ବିଭିନ୍ନ ସଂଖ୍ୟା-ବିଶିଷ୍ଠ ତଥ୍ୟ ରହିଛି ଯେପରି: ରାଜ୍ୟ ସ୍ତରୀୟ ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନୁସାରେ ମତଦାତାଙ୍କ ବିବରଣୀ, ମତଦାନ କେନ୍ଦ୍ର ସଂଖ୍ୟା, ରାଜ୍ୟ/ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକର ମତଦାନ ହାର, ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ମହିଳାଙ୍କ ମତଦାନରେ ଅଂଶଗ୍ରହଣ, ଦଳ ଅନୁସାରେ ଭୋଟ ଅଂଶ, ଲିଙ୍ଗ-ଆଧାରିତ ନିର୍ବାଚନ ଅଂଶଗ୍ରହଣ, ନିର୍ବାଚନମଣ୍ଡଳୀ ତଥ୍ୟ ଗୁଡ଼ିକର ସାରାଂଶ ରିପୋର୍ଟ, ଜାତୀୟ/ରାଜ୍ୟ ଦଳ/RUPP ର କାର୍ଯ୍ୟଦକ୍ଷତା, ବିଜୟୀ ପ୍ରାର୍ଥୀଙ୍କ ବିଶ୍ଳେଷଣ, ନିର୍ବାଚନମଣ୍ଡଳୀ ଅନୁସାରେ ବିସ୍ତୃତ ଫଳାଫଳ ସମେତ ବିଭିନ୍ନ ଅନ୍ୟାନ୍ୟ ବିବରଣୀ ମଧ୍ୟ ରହିଛି ।
୩. ପରିସଂଖ୍ୟାନ ରିପୋର୍ଟର ପ୍ରକାଶନ ହେଉଛି ନିର୍ବାଚନ ଆୟୋଗର ସ୍ୱଚ୍ଛ ଭାବମୂର୍ତ୍ତିକୁ ପରିପ୍ରକାଶ କରେ। ଶିକ୍ଷାବିତ୍, ଗବେଷକ, ସାଧାରଣ ଜନତାଙ୍କ ସମେତ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ନିର୍ବାଚନ-ସମ୍ବନ୍ଧୀୟ ତଥ୍ୟର ସୁଗମତା ଏବଂ ସ୍ୱଚ୍ଛତା ବୃଦ୍ଧି ପାଇବ ।
୪. ବିହାର ନିର୍ବାଚନ ସମାପ୍ତ ହେବାର ୫ ଦିନ ମଧ୍ୟରେ ରିପୋର୍ଟଗୁଡ଼ିକ ପ୍ରକାଶିତ ହୋଇଛି, ପୂର୍ବରୁ ଏହି ରିପୋର୍ଟଗୁଡ଼ିକ ପ୍ରକାଶିତ ହେବାକୁ ଅନେକ ସପ୍ତାହ କିମ୍ବା ମାସ ମଧ୍ୟ ଲାଗିଯାଉଥିଲା ।
୫. ପରିସଂଖ୍ୟାନ ରିପୋର୍ଟରେ ନିମ୍ନଲିଖିତ ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ:
* ମୁଖ୍ୟ ପ୍ରସଙ୍ଗ
* ବିଧାନସଭା ନିର୍ବାଚନ ମଣ୍ଡଳୀ ଅନୁସାରେ ଭୋଟର ସୂଚନା
* ବିଧାନସଭା ନିର୍ବାଚନ ମଣ୍ଡଳୀ ଅନୁସାରେ ପ୍ରାର୍ଥୀଙ୍କ ତଥ୍ୟର ସାରାଂଶ
* ଭୋଟରଙ୍କ ତଥ୍ୟର ସାରାଂଶ
* ବିଧାନସଭା ନିର୍ବାଚନ ମଣ୍ଡଳୀ ଅନୁସାରେ ଭୋଟରଙ୍କ ସଂଖ୍ୟା
* ମହିଳା ପ୍ରାର୍ଥୀଙ୍କ ବ୍ୟକ୍ତିଗତ କାର୍ଯ୍ୟଦକ୍ଷତା
* ଅଂଶଗ୍ରହଣ କରିଥିବା ରାଜନୈତିକ ଦଳଗୁଡ଼ିକର ତାଲିକା
* ନିର୍ବାଚନମଣ୍ଡଳୀ ତଥ୍ୟର ସାରାଂଶ ରିପୋର୍ଟ
* ସଫଳ ପ୍ରାର୍ଥୀଙ୍କ ତାଲିକା
* ପ୍ରାର୍ଥୀଙ୍କ ତଥ୍ୟର ସାରାଂଶ
* ବିସ୍ତୃତ ଫଳାଫଳ
* ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟଦକ୍ଷତା
୬. ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିବରଣୀ ECINet ଆପ୍ Current ElectionIndex Card ରେ ଯାଇ ଦେଖାଯାଇପାରିବ ।
୭. ଏହି ପରିସଂଖ୍ୟାନ ରିପୋର୍ଟଗୁଡ଼ିକ କେବଳ ଜ୍ଞାନବର୍ଦ୍ଧନ ଏବଂ ଗବେଷଣା ଉଦ୍ଦେଶ୍ୟରେ, ଇଣ୍ଡେକ୍ସ କାର୍ଡରେ ପୂରଣ ହୋଇଥିବା ସେକେଣ୍ଡାରୀ ତଥ୍ୟରୁ ପ୍ରସ୍ତୁତ କରାଯାଇଛି। ପ୍ରାଥମିକ ତଥ୍ୟ ସମ୍ପୃକ୍ତ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ପରିଚାଳିତ ବୈଧାନିକ ଫର୍ମରେ ରହିଛି ଏବଂ ବୈଧାନିକ ଫର୍ମରେ ରଖାଯାଇଥିବା ତଥ୍ୟ ହେଉଛି ଚୂଡ଼ାନ୍ତ ।










