26.7 C
Bhubaneswar
Saturday, July 4, 2026
Homeଓଡିଶାଡାକ୍ତରଙ୍କ ଆନ୍ଦୋଳନ ପାଇଁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ

ଡାକ୍ତରଙ୍କ ଆନ୍ଦୋଳନ ପାଇଁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ

ନୂଆପଡ଼ା : ଡାକ୍ତରଙ୍କ ଆନ୍ଦୋଳନ ପାଇଁ ଜଣେ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବିରିଘାଟ ଗାଁରୁ ଏପରି ଅଭିଯୋଗ ଆସିଛି। ଗତକାଲି ଗାଁର ଭଲ ଖର୍ସେଲଙ୍କ ପତ୍ନୀ ଗୀତାଞ୍ଜଳିଙ୍କୁ ଆମ୍ବୁଲାନ୍ସରେ ଖଡ଼ିଆଳ ହସ୍ପିଟାଲ ନିଆଯାଇଥିଲା । ଯିବା ବାଟରେ ପିଲା ଜନ୍ମ ହୋଇଥିଲା । ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ଚିକିତ୍ସା କରିନଥିବା ଅଭିଯୋଗ ହୋଇଛି । ନର୍ସଙ୍କ ଚିକିତ୍ସା ପରେ ରାତିୋର ଅନ୍ୟ ଏକ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା । ସେଠାରୁ ରାୟପୁର ରେଫର କରାଯାଇଥିଲା । ପରିବାର ଲୋକେ ରାୟପୁର ନେବା ବାଟରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ପରିବାର ଲୋକେ ଡାକ୍ତରଙ୍କ ଆନ୍ଦୋଳନକୁ ଦାୟୀ କରିଛନ୍ତି।ଡାକ୍ତର ଆନ୍ଦୋଳନ ପାଇଁ କନ୍ଧମାଳ ବାଲିଗୁଡ଼ାରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ବାସ୍ଥ୍ୟସେବା। କାହିଁ କେତେଦୂରରୁ ଆସି ଡାକ୍ତରଙ୍କୁ ନପାଇ ଫେରିବାକୁ ବାଧ୍ୟ ହେଉଛନ୍ତି ରୋଗୀ। ସେପଟେ ଚତୁର୍ଥ ଦିନରେ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ରୋଗୀ ହନ୍ତସନ୍ତ। ଆୟୁଷ ଡାକ୍ତରଙ୍କ ଭରସାରେ ଚାଲିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା । ଓପିଡି ଆଗରେ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି। ବାକି ଅନ୍ୟ ସବୁ ବିଭାଗର ଚୌକି ଖାଲି, ଦୂରଦୂରାନ୍ତରୁ ରୋଗୀ ଆସି ଫେରି ଯାଉଥିବା ଦେଖିବାକୁ ମିଳୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking