29 C
Bhubaneswar
Monday, June 22, 2026
Homeଓଡିଶାପୋଖରୀରେ ବୁଡ଼ିଗଲେ ୨ ଶିଶୁ

ପୋଖରୀରେ ବୁଡ଼ିଗଲେ ୨ ଶିଶୁ

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ ଜାଫରାବାଦ ଗ୍ରାମସ୍ଥିତ ଏକ ପୋଖରୀରେ ପଡ଼ି ସୋମବାର ମଧ୍ୟାହ୍ନରେ ୨ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ୨ଜଣ ଜାଫରାବାଦ ଗ୍ରାମର ବୁଲୁ ବାରିକଙ୍କ ପୁଅ ଅନନ୍ତଦେବ (୩) ଏବଂ ସିମୁଳିଆ ଥାନା ଅଧୀନ ଫୁଲଗଡ଼ ଗ୍ରାମର ଜୟନ୍ତ ସାହୁଙ୍କ ପୁଅ ହିମାଂଶୁ (୪) ବୋଲି ଜଣାଯାଇଛି। ହିମାଂଶୁ ତାଙ୍କ ବାପାଙ୍କ ସହ ଜାଫରାବାଦ ଗ୍ରାମସ୍ଥିତ ବନ୍ଧୁ ଘରକୁ ଆସିଥିଲେ। ମଧ୍ୟାହ୍ନ ୧ଟା ବେଳେ ହିମାଂଶୁ ଏବଂ ଅନନ୍ତ ସାଙ୍ଗ ହୋଇ ଖେଳୁଥିବା ବେଳେ ଗ୍ରାମସ୍ଥିତ ଏକ ପୋଖରୀରେ ପଡ଼ି ଯାଇଥିଲେ। ତାଙ୍କ ପରିବାର ଲୋକେ ଖୋଜାଖୋଜି କରି ଶିଶୁ ୨ଜଣଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ନିମନ୍ତେ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଶିଶୁଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଘଟଣକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking