ନୂଆଦିଲ୍ଲୀ: ଶେଖ ହାସିନା ଦୋଷୀ ସାବ୍ୟସ୍ତ । ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ ହାସିନା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୨୪ ବାଂଲାଦେଶରେ ହୋଇଥିବା ନରସଂହାର ମାମଲାରେ ରାୟ ଶୁଣାଇଛନ୍ତି ବାଂଲାଦେଶ ଇଣ୍ଟରନ୍ୟାସନାଲ କ୍ରାଇମ ଟ୍ରିବ୍ୟୁନାଲ । ଏହି ହିଂସାତ୍ମକ ଆନ୍ଦୋଳନରେ ପ୍ରାୟ ୧୪ ଶହ ଜଣଙ୍କ ମୃତ୍ୟୁ ହୋଇଥିଲା । ବିକ୍ଷୋଭକାରୀଙ୍କୁ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସେଖ ହାସିନା । ଏହି ଶୋଭାଯାତ୍ରାରେ ଏନସିପି ଛାତ୍ର ସଂଗଠନ ଏବଂ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ସାମିଲ ହୋଇଥିଲେ । ହସିନା ଏହି ଘଟଣାର ମାନବିକତା ବିରୋଧରେ ଅପରାଧ ସହ ଜଡିତ ସବୁ ଅଭିଯୋଗକୁ ସ୍ୱୀକାର କରିଥିଲେ । ସେପଟେ କୋର୍ଟଙ୍କ ରାୟ ଆସିବା ପୂର୍ବରୁ ହିଁ ଅଶାନ୍ତ ହୋଇପଡିଥିଲା ବାଂଲାଦେଶ । ପ୍ରବଳ ଉତ୍ତେଜନା ଦେଖାଦେଇଛି । ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟିଛି । ହାଇ ଆଲର୍ଟରେ ପୁରା ଦେଶ ରହିଛି । ଶେଖ ହସିନାଙ୍କର ପାର୍ଟି ଆୱାମୀ ଲିଗ ପକ୍ଷରୁ ଦେଶରେ ବନ୍ଦ ପାଳନ କରାଯାଉଛି । ରାସ୍ତାକୁ ଆସି ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଶେଖ ହସିନାଙ୍କର ପାର୍ଟି କାଯ୍ୟକର୍ତ୍ତାଙ୍କ ପକ୍ଷରୁ ଅଡିଓ ବାର୍ତ୍ତା ଜାରି କରାଯାଇଛି । ଏପଟେ ହିଂସା ଭିଆଇଲେ ତୁରନ୍ତ ଗୁଳି କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ବର୍ତ୍ତମାନର ୟୁନୁସ ସରକାର ।
ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜାମାନ ଖାନ କମାଲ ଏବଂ ପୂର୍ବତନ ପୁଲିସ ମହାନିରୀକ୍ଷକ ଚୌଧୁରୀ ଅବଦୁଲ୍ଲା ଅଲ-ମାମୁନଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ରହିଛି। ଅଭିଯୋଗ ହେଉଛି ଯେ, ଜୁଲାଇ-ଅଗଷ୍ଟ ୨୦୨୪ରେ ଛାତ୍ର ପ୍ରତିବାଦ ସମୟରେ ସେମାନେ ହିଂସା ବୃଦ୍ଧି କରିବା ଏବଂ ନିରସ୍ତ୍ର ଛାତ୍ରଙ୍କ ଉପରେ ଗୁଳି ଚଳାଇବା ପାଇଁ ଆଦେଶ ଦେଇଥିଲେ। ଶୁଣାଣି ଅକ୍ଟୋବର ୨୩ରେ ଶେଷ ହୋଇଥିବା ବେଳେ ଆଜି ଦଣ୍ଡ ଘୋଷଣା କରାଯାଉଛି ।










