ଜଗତସିଂହପୁର: ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର ଭାଙ୍ଗିଲା ପ୍ରଶାସନ । ବେହେରାମପୁର ବସ୍ତିରେ ଘର ଉପରେ ବୁଲିଲା ବୁଲଡୋଜର । ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଭ୍ର ଉପସ୍ଥିତିରେ ଭଙ୍ଗାଗଲା ୧୦ ବଖରା ଘର । ଘର ଭାଙ୍ଗିବା ନେଇ ସୂଚନା ଦେଲେ ଜଗତସିଂହପୁର ଜିଲ୍ଲାପାଳ । ସୂଚନା ଦେଇ କହିଛନ୍ତି ଯେ ସରକାରୀ ଜମିରେ ସମସ୍ତ ବେଆଇନ୍ ନିର୍ମାଣ ଭଙ୍ଗାଯିବ । ଟିମ୍ ଗଠନ କରି ଘର ଭାଙ୍ଗିବା ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାଲାକୁ ଗୁରୁତ୍ୱର ସହ ନେଇଛୁ । ସବୁ ଦିଗରୁ ତଦନ୍ତ ଚାଲିଛି । କେମିତି ଆସିଲେ, କଣ ଲିଙ୍କ୍ ଅଛି, କିଏ ଆଣି ରଖିଲା ତଦନ୍ତ କରୁଛୁ । ଯିଏ ବି ଦୋଷୀ ସାବ୍ୟସ୍ତ ହେବ ପଦକ୍ଷେପ ନେବୁ ।
ସୂଚନାଯୋଗ୍ୟ, ରବିବାର ତରିକୁଣ୍ଡା ପଞ୍ଚାୟତର ସଦର ଥାନା ଅନ୍ତର୍ଗତ ବେହେରାମ ବସ୍ତିରେ ପୋଲିସ ଚଢାଉ କରି ଏକ ଘରୁ ଦୁଇଜଣ ସନ୍ଦିଗ୍ଧ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଥିଲେ । ଚଢ଼ାଉ ସମୟରେ ଗୋଷ୍ଠୀ ନେତା ସିକନ୍ଦର ଆଲମ ଏବଂ ଅନ୍ୟ ୧୦ ଜଣ ବାଂଲାଦେଶୀ ଖସିଯିବାରେ ସଫଳ ହୋଇଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସେହି ଗାଁର ସିକୁ ଖାନଙ୍କ ଘରେ ପ୍ରାୟ ୩୦ ଜଣ ବାଂଲାଦେଶୀ ନାଗରିକ ରହୁଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୧୮ ଜଣ ପୂର୍ବରୁ ଅନ୍ୟ ଅଞ୍ଚଳକୁ ଚାଲିଯାଇଥିବା ଅଭିଯୋଗ ହୋଇଛି, ଯେତେବେଳେ ବାକିମାନେ ଚଢାଉ ବିଷୟରେ ଜାଣିବା ପରେ ଖସି ପଳାଇଥିଲେ । ପୋଲିସ ଘର ମାଲିକଙ୍କୁ ଯୋଗାଇ ଦିଆଯାଇଥିବା ଆଶ୍ରୟସ୍ଥଳ ଏବଂ ଗୋଷ୍ଠୀର ରହିବାର ଉଦ୍ଦେଶ୍ୟ ସମ୍ପର୍କରେ ପଚରାଉଚରା କରୁଛି । ଅଞ୍ଚଳରେ ପ୍ରାୟ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।










