25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଶିକ୍ଷୟିତ୍ରୀଙ୍କ ପନିସମେଣ୍ଟରେ ଛାତ୍ରୀଙ୍କ ମୃତ୍ୟୁ

ଶିକ୍ଷୟିତ୍ରୀଙ୍କ ପନିସମେଣ୍ଟରେ ଛାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସାରା ଦେଶରେ ଉତ୍ସାହର ସହିତ ପାଳିତ ହେଉଥିବା ଶିଶୁ ଦିବସରେ ଭାସାଇରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶିକ୍ଷକ 12 ବର୍ଷୀୟ ଛାତ୍ରୀଙ୍କୁ ଦଶ ମିନିଟ୍ ବିଳମ୍ବରେ ସ୍କୁଲ ଆସିବାରୁ 100 ସ୍କ୍ୱାଟ୍ କରାଇ ଦଣ୍ଡିତ କରିଥିବା ଅଭିଯୋଗ ହୋଇଛି। ଏହି କଠୋର ଦଣ୍ଡ ଯୋଗୁଁ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା ଏବଂ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।ସୂଚନା ଅନୁଯାୟୀ ଶିକ୍ଷକ କାଜଲ ଏବଂ ଅନ୍ୟ କିଛି ଛାତ୍ରଙ୍କୁ ଶ୍ରେଣୀଗୃହ ବାହାରେ ଠିଆ କରାଇ ଦଣ୍ଡ ସ୍ୱରୂପ ସ୍କ୍ୱାଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିଛି ଛାତ୍ର 10 ରୁ 20 ସ୍କ୍ୱାଟ୍ କରିବା ପରେ ଅଟକି ଯାଇଥିବା ବେଳେ, ଭୟଭୀତ କାଜଲ ଆଶ୍ଚର୍ଯ୍ୟଜନକ ଭାବରେ 100 ସ୍କ୍ୱାଟ୍ ପୂରଣ କରିଥିଲେ। ପରଦିନ, କାଜଲଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା। ତାଙ୍କୁ ପ୍ରଥମେ ଭାସାଇର ଆସ୍ଥା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥାରେ ଉନ୍ନତି ନ ହେବାରୁ, ତାଙ୍କୁ ନାଲାସୋପାର ବିଜୟ ଲକ୍ଷ୍ମୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଯେତେବେଳେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା, ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜେଜେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲାପରିବାର ଲୋକେ ଥାନାରେ ସ୍କୁଲ ବିରୁଦ୍ଧ ରେ ଅଭିଯୋଗ କରିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking