24.1 C
Bhubaneswar
Monday, February 23, 2026
Homeଦେଶ ବିଦେଶ୨୫ ତାରିଖରେ ଭକ୍ତଙ୍କୁ ରାମ ମନ୍ଦିର ଭିତରକୁ ପ୍ରବେଶ ନିଷେଧ

୨୫ ତାରିଖରେ ଭକ୍ତଙ୍କୁ ରାମ ମନ୍ଦିର ଭିତରକୁ ପ୍ରବେଶ ନିଷେଧ

ନୂଆଦିଲ୍ଲୀ: ନଭେମ୍ବର ୨୫ ତାରିଖରେ ଅଯୋଧ୍ୟାର ରାମ ମନ୍ଦିରରେ ପତ୍ତାକା ଉତ୍ତୋଳନ ସମାରୋହ ହେବ। ଏହି ସମାରୋହରେ ମନ୍ଦିର ପରିଷଦରେ ପ୍ରଧାନମନ୍ତ୍ରୀ ମୋଦି, ଆରଏସଏସ ମୁଖା ମୋହନ ଭାଗବତ, ରାଜ୍ୟପାଳ ଆନନ୍ଦୀବାନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ। ଏହି ଉତ୍ସବର ମର୍ଯ୍ୟାଦା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ରାମ ଜନ୍ମଭୁମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏବଂ ଜିଲ୍ଲା ପ୍ରଶାସନ ଏକ ବଡ ନିଷ୍ପତ୍ତି ନେଇଛନ୍ତି ।ନଭେମ୍ବର ୨୫ ତାରିଖରେ ମନ୍ଦିର ପରିସରରେ ଭିଆଇପି ଏବଂ ସାଧାରଣ ଭକ୍ତଙ୍କ ପ୍ରବେଶ ସମ୍ପୁର୍ଣ୍ଣ ବନ୍ଦ ରହିବ ।ଏନେଇ ପ୍ରଶାସନ ସମସ୍ତ ଭକ୍ତଙ୍କୁ ଏହି ଅଯୋଧ୍ୟା ରାମ ମନ୍ଦିରକୁ ନଆସିବା ପାଇଁ ଅନୁରୋଧ କରିଛନ୍ତି । କେବଳ ନିମନ୍ତ୍ରିତ ବ୍ୟକ୍ତିଙ୍କ ପାଇଁ  ପ୍ରବେଶ ଅନୁମତି ରହିଛି। ସେହିପରି ନଭେମ୍ବର ୨୬ ତାରିଖରେ ଭିଆଇପି ଦର୍ଶନ ସମ୍ପୁର୍ଣ୍ଣ ବନ୍ଦ ରହିବ । ଏହି ଉତ୍ସବରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking