26.1 C
Bhubaneswar
Saturday, March 14, 2026
Homeଓଡିଶାନିଖିଳ ଭାରତ ସମବାୟ ସପ୍ତାହ ଉପଲକ୍ଷେ ସଚେତନତା ଗଣଦୌଡ଼

ନିଖିଳ ଭାରତ ସମବାୟ ସପ୍ତାହ ଉପଲକ୍ଷେ ସଚେତନତା ଗଣଦୌଡ଼

ଭୁବନେଶ୍ୱର : ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ (୧୪-୨୦ ନଭେମ୍ବର, ୨୦୨୫) ଉପଲକ୍ଷେ ଏକ ସଚେତନତା ଗଣଦୌଡ଼ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଗଣଦୌଡ଼କୁ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ରାମ ମନ୍ଦିର ଛକସ୍ଥିତ ସେଣ୍ଟ ଜୋସେଫ୍ ସ୍କୁଲଠାରୁ ସମବାୟ ଭବନ ପର୍ଯ୍ୟନ୍ତ ଏହି ସଚେତନତା ଗଣଦୌଡ଼ ଆୟୋଜିତ ହୋଇଥିଲା ।

ଏହି ସଚେତନତା କାର୍ଯ୍ୟକ୍ରମରେ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ରାଜ୍ୟ ସମବାୟ ୟୁନିୟନର ସଭାପତି ପ୍ରବାସିନୀ ଷଡ଼ଙ୍ଗୀ, ସ୍ଵତନ୍ତ୍ର ଶାସନ ସଚିବ ଉଷାରାଣୀ ଦାସ, ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଓସମା ବୋର୍ଡର ସାଧାରଣ ପରିଚାଳକ ଧରିତ୍ରୀ ମିଶ୍ର, ଅତିରିକ୍ତ ନିବନ୍ଧକ ଭକ୍ତବନ୍ଧୁ ସାହୁ, ଯୁଗ୍ମ ସଚିବ ସଂଗ୍ରାମ ରାଉତ, ସମ୍ପାଦକ ବ୍ରହ୍ମାନନ୍ଦ ପରିଡ଼ା, ବରିଷ୍ଠ ସମବାୟବିତ୍‌, ସମବାୟ ସଂସ୍ଥା ଗୁଡ଼ିକର ଅଧିକାରୀ ଓ କର୍ମଚାରୀ, ପରିଚାଳନା ପରିଷଦର ସଦସ୍ୟ, ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking