ନୂଆପଡା: ନୂଆପଡା ବିଜୟକୁ ନେଇ ବୈଜୟନ୍ତ ପଣ୍ଡା ଟ୍ୱିଟ କରିଛନ୍ତି । କହିଛନ୍ତି, ନୂଆପଡାବାସୀଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ । ବଡ ବିଜୟ ଡବଲ ଇଞ୍ଜିନ ସରକାର ଉପରେ ଆସ୍ଥା ଓ ବିଶ୍ୱାସକୁ ସୂଚାଉଛି । ନୂଆପଡା ଉପନିର୍ବାଚନରେ ବିଜେପିର ବଡ ବିଜୟ । ନୂଆପଡା ପାଇଲା ନୂଆ ବିଧାୟକ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ବଡ ବିଜୟ ହୋଇଛି । ପ୍ରତି ରାଉଣ୍ଡରେ ଆଗୁଆ ରହି ଜିତିଲେ ଜୟ । ୮୩ ହଜାର ୭୪୮ ଭୋଟରେ ଜିତିଲେ ଜୟ ଢୋଲକିଆ । ଦ୍ୱିତୀୟ ସ୍ଥାନରେ କଂଗ୍ରେସ , ତୃତୀୟରେ ବିଜେଡି ରହିଛି । ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ ମିଳିଛି ।










