21.1 C
Bhubaneswar
Sunday, December 7, 2025
Homeଓଡିଶାନୂଆପଡା ଉପନିର୍ବାଚନ: ୨୩ ରାଉଣ୍ଡ ସୁଦ୍ଧା ୭୬ ହଜାର ୧୪୨ ଭଟରେ ବିଜେପି ଆଗୁଆ

ନୂଆପଡା ଉପନିର୍ବାଚନ: ୨୩ ରାଉଣ୍ଡ ସୁଦ୍ଧା ୭୬ ହଜାର ୧୪୨ ଭଟରେ ବିଜେପି ଆଗୁଆ

ନୂଆପଡା: ଆସୁଛି ନୂଆପଡା ନିର୍ବାଚନ ରେଜଲ୍ଟ । ୨୩ ରାଉଣ୍ଡ ସୁଦ୍ଧା ଯେଉଁ ଟ୍ରେଣ୍ଡ ସାମ୍ନାକୁ ଆସିଛି ବିଜେପି ବିଜେଡିକୁ ପଛରେ ପକାଇଛି । ୨୩ ରାଉଣ୍ଡ ସୁଦ୍ଧା ୭୬ ହଜାର ୧୪୨ ଭଟରେ ବିଜେପି ଆଗୁଆ ରହିଛି । ୨୩ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୧,୧୨,୫୮୭ ଭୋଟ ମିଳିଛି । ଦ୍ୱିତୀୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୩୬, ୪୪୫ ଭୋଟ ମିଳିଛି । ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୪, ୩୬୧ ଭୋଟ ମିଳିଛି । ନୂଆପଡାରେ ବିଜେପିର ଅଦ୍ଭୁତପୂର୍ବ ସଫଳତା । କଂଗ୍ରେସ ଓ ବିଜେଡିକୁ ବହୁ ପଛରେ  ପଛରେ ବିଜେପି । ଘାସିରାମ ଓ ସ୍ନେହାଙ୍ଗିନୀଙ୍କ ମୋଟ ଭୋଟଠୁ ବି ଜୟଙ୍କୁ ବହୁ ଅଧିକ ଭୋଟରେ ଜିତିଛନ୍ତି ।  ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି ।ଷ୍ଟ୍ରଙ୍ଗ ରୁମରେ ସିଲ ହୋଇଥିବା ଇଭିଏମ ଖୋଲାଯାଇଛି । ଏକାସାଙ୍ଗେ  ପୋଷ୍ଟାଲ ବାଲାଟ ଓ ଇଭିଏମ ଗଣତି ଚାଲିଛି ।  ପ୍ରଥମ ରାଉଣ୍ଡର ଗଣତି ସରିଛି ।  ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି ।  ଏବଂ  ଭୋଟ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ ।  ଏନେଇ ପ୍ରଶାସନ ପକ୍ଷରୁ  ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି  । ୩୫୮ଟି ବୁଥରେ ମତ ଗଣତି ହେବ । ଏଥିପାଇଁ ୧୪ଟି ଟେବୁଲ କରାଯାଇଛି । ୨୬ ରାଉଣ୍ଡରେ ଭୋଟ ଗଣତି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking