26.1 C
Bhubaneswar
Sunday, December 7, 2025
Homeଓଡିଶାନୂଆପଡା ଉପନିର୍ବାଚନ: ନବମ ରାଉଣ୍ଡ ସୁଦ୍ଧା ୩୦ ହଜାର ୪୬୭ ଭୋଟରେ ବିଜେପି ଆଗୁଆ

ନୂଆପଡା ଉପନିର୍ବାଚନ: ନବମ ରାଉଣ୍ଡ ସୁଦ୍ଧା ୩୦ ହଜାର ୪୬୭ ଭୋଟରେ ବିଜେପି ଆଗୁଆ

ନୂଆପଡା: ନୂଆପଡାରେ ବଡ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ । ନବମ ରାଉଣ୍ଡ ସୁଦ୍ଧା ୩୦ ହଜାର ୪୬୭ ଭୋଟରେ ଆଗୁଆ  ଜୟ ଢୋଲକିଆ । ନବମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୪୫, ୨୫୧ ଭୋଟ ମିଳିଛି । ଦ୍ୱିତୀୟ ସ୍ଥାନରେ ସସ୍ନେହାଙ୍ଗିନୀଙ୍କୁ ୧୪, ୭୮୪ ଭୋଟ  ମିଳିଛି ।  ତୃତୀୟ ସ୍ଥାନରେ ଘାସିରାମଙ୍କୁ ୧୧, ୯୫୭ ଭୋଟ ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି ।ଷ୍ଟ୍ରଙ୍ଗ ରୁମରେ ସିଲ ହୋଇଥିବା ଇଭିଏମ ଖୋଲାଯାଇଛି । ଏକାସାଙ୍ଗେ  ପୋଷ୍ଟାଲ ବାଲାଟ ଓ ଇଭିଏମ ଗଣତି ଚାଲିଛି ।  ପ୍ରଥମ ରାଉଣ୍ଡର ଗଣତି ସରିଛି ।  ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି ।  ଏବଂ  ଭୋଟ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ ।  ଏନେଇ ପ୍ରଶାସନ ପକ୍ଷରୁ  ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି  । ୩୫୮ଟି ବୁଥରେ ମତ ଗଣତି ହେବ । ଏଥିପାଇଁ ୧୪ଟି ଟେବୁଲ କରାଯାଇଛି । ୨୬ ରାଉଣ୍ଡରେ ଭୋଟ ଗଣତି ହେବ ।

ନୂଆପଡା ଉପନିର୍ବାଚନ: ଅଷ୍ଟମ ରାଉଣ୍ଡ ସୁଦ୍ଧା ୨୮ ହଜାର ୮୮୮ ଭୋଟରେ ଆଗୁଆ ବିଜେପି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking