ନୂଆପଡା: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଷ୍ଟ୍ରଙ୍ଗରୁମ ସୁରକ୍ଷା ନେଇ ଏସପି ସମୀକ୍ଷା କରିଛନ୍ତି । କହିଛନ୍ତି, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ବି କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ଦୁଇ କମ୍ପାନୀ କେନ୍ଦ୍ରୀୟ ବଳ ମୁତୟନ ହୋଇଛନ୍ତି । ଅଧିକୃତ ଓ ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତି ହିଁ ପ୍ରବେଶ କରିପାରିବେ । ଭିତରକୁ ପ୍ରବେଶ ପୂର୍ବରୁ ୩ଟି ଜାଗାରେ ଚେକିଂ ହେବ । ଆବଶ୍ୟକ ପଡିଲେ ସୁରକ୍ଷାକର୍ମୀ ବଢାଯିବ । ସୂଚନାଥାଉକି, ଆସନ୍ତାକାଲି ନୂଆପଡା ଉପନିର୍ବାଚନର ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ । ତିନୋଟି ଦଳରୁ କେଉଁ ଦଳ ବାଜିମାତ ମାରିଛି ଜଣାପଡିବ । ବିଜେଡି, ବିଜେପି, କଂଗ୍ରେସ ଯିଏ ଯାହାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜୋରଦାର କରିଥଲେ ।










