ନୂଆପଡା: ନୂଆପଡାର ଅଭୟାରଣ୍ୟ ଗାଁ ସୁନାବେଡାରୁ ଫେରିଲେ ପୋଲିଂ ଟିମ୍। ଭୋଟିଂ ଶେଷ କରିବା ପରେ ବାୟୁସେନା ହେଲିକପ୍ଟରରେ ଫେରିଛନ୍ତି । ୮ଟି ସମ୍ବେଦନଶୀଳ ବୁଥ୍ରେ ମତଦାନ ଶେଷ ପରେ ଫେରିଲେ। ଭୋଟ ସ୍କ୍ ସହ ଗୋତମା ଏୟାରଷ୍ଟ୍ରିପ୍ରେ ପହଞ୍ଚିଲେ। ନୂଆପଡା ବିଧାନସଭା ଉପ ନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ୭୨.୩୧% ମତଦାନ ହୋଇଛି l ଏହି ନିର୍ବାଚନରେ ଶାସକ ବିଜେପି, ବିଜେଡି, କଂଗ୍ରେସ ସମେତ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଆଜି ମତଦାନ କରି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିସାରିଛନ୍ତି ଜନତା। ଆସନ୍ତା ଶୁକ୍ରବାର (ନଭେମ୍ବର ୧୪ ତାରିଖ) ଫଳାଫଳ ପ୍ରକାଶ ପାଇବା।










