ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଉଭୟ ଆରାଇଭାଲ ଓ ଡିପାର ପାଖରେ ଚେକିଂକୁ ଅଧିକ ଗିରୁତ୍ୱ ଦିଆଯାଇଛି । ଡିଜିସିଏ ନିର୍ଦ୍ଦେଶରେ ୩ ଦିନ ଯାଏଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । କ୍ୟୁଆରଟି ସାଙ୍ଗକୁ ବମ ସ୍କ୍ୱାଡ, ଡଗ ସ୍କ୍ୱାଡଙ୍କ ସର୍ଚ୍ଚ ଅପରେସନ କରାଯାଇଛି । ନାକା ପୋଷ୍ଟ ଗୁଡିକ ନିକଟରେ ମଧ୍ୟ ସୁରକ୍ଷାକୁ ବଢେଇ ଦିଆଯାଇଛି ।ଅନ୍ୟପଟେ, ବିପଦ ସତର୍କତାକୁ ନେଇ ସଜାଗ ହେଲା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ସଂଘ । ହୋଟେଲଗୁଡିକରେ ସୁରକ୍ଷା ଯାଞ୍ଚ କଡାକଡି କରିବାକୁ ମାଲିକଙ୍କୁ ପରାମର୍ଶ ଦିଆଯାଇଛି । ଯଦି କାହା ଉପରେ ସନ୍ଦେହ ଉପୁଜିଛି ତୁରନ୍ତ ପୋଲିସକୁ ଜଣାନ୍ତୁ କହିଛନ୍ତି ସଂଘ । ହୋଟେଲ କର୍ମଚାରୀଙ୍କୁ ଟୁରିଷ୍ଟ ଯାଞ୍ଚରେ ସହଯୋଗ କରିବାକୁ ଅପିଲ କରିଛନ୍ତିା ଦିଲ୍ଲୀରେ ବିସ୍ଫୋରଣ ପରେ ଓଡିଶାରେ ହାଇ ଆଲର୍ଟ କରାଯାଇଛି ।










