18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଦିଲ୍ଲୀରେ ବିସ୍ଫୋରଣ; ଦୋଷୀଙ୍କୁ ଛଡାଯିବନି: ରାଜନାଥ

ଦିଲ୍ଲୀରେ ବିସ୍ଫୋରଣ; ଦୋଷୀଙ୍କୁ ଛଡାଯିବନି: ରାଜନାଥ

ନୂଆଦିଲ୍ଲୀ: ଦିଲ୍ଲୀରେ ବିସ୍ଫୋରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, କୌଣସି ବି ପରିସ୍ଥିତିରେ ଦୋଷୀଙ୍କୁ  ଛଡାଯିବନାହିଁ । ଏଥିସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ରାଜନାଥ ।  ତଦନ୍ତ ଚାଲିଛି, ଦୋଷୀଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ । ସୂଚନାଥାଉକି, ଆସନ୍ତାକାଲି ଲାଲକିଲ୍ଲାରେ ଘଟିଥିବା ବୋମା ବିସ୍ଫୋରଣରେ ୧୦ ଜଣଙ୍କୁ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ମଧ୍ୟ ଆହତ ହୋଇଥିଲେ । ଘଟଣାସ୍ତଳରେ ଏନଆଇଏ, ଏନସଜି , ଦିଲ୍ଲୀ ପୋଲି କମିସନର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି  ା ଅନ୍ୟପଟେ ଏହି ବିସ୍ଫୋରଣ ଫରିଦାବାଦ ସହ ଲିଙ୍କ ରହିଥିବା କୁହାଯାଉଛି । ଫରିଦାବାଦରେ ରେଡ ପରେ  ହଡବଡେଇ ଯାଇଥିଲା ଆତଙ୍କୀ ଡାକ୍ତର ଉମର । ଫରିଦାବାଦରେ ବିପୁଳ ବିସ୍ଫୋରକ ଜବତ ପରେ ଉମରକୁ ଖୋଜୁଥିଲା ପୋଲିସ । ଜମ୍ମୁକଶ୍ମୀର, ହରିୟାଣା ପୋଲିସ  ଡାକ୍ତର ଉମରକୁ ଖୋଜୁଥିଲା । ଏହାକୁ ନେଇ ଅତ୍ୟଧିକ ଭୟଭୀତ ହୋଇଯାଇଥିଲା ଉମର ।  ଭୟଭୀତ ହୋଇ ଉମର କାରରେ ବିସ୍ଫୋରଣ କରିଥିବା ସୂଚନା ମିଳିଛି । ଡିଟୋନେଟର ଲଗାଇ କାରକୁ ବିସ୍ଫୋରଣରେ ଉଡାଇଥିବା ସୂଚନା ମିଳିଛି । କାରରେ ମିଳିଥିବା ମୃତଦେହର ହେବ ଡିଏନଏ ଟେଷ୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking