18.1 C
Bhubaneswar
Thursday, February 5, 2026
Homeଓଡିଶାପୀତବାସଙ୍କୁ ହତ୍ୟା: ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି

ପୀତବାସଙ୍କୁ ହତ୍ୟା: ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି

କଟକ: ପୀତବାସଙ୍କୁ ହତ୍ୟା ମାମଲାରେ ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି ସରବଣା ବିବେକ ଏମ । ବ୍ୟକ୍ତିଗତ ଭାବେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ । ଅଦାଲତ ଅବମାନନା ମାମଲା ନ ଚଲାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଥାଉକି, କିଛି ଦିନ ତଳେ ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ମାମଲାରେ ବ୍ରହ୍ମପୁର ଏସପି ବିବାଦୀୟ ବୟାନ ଦେଇଥିଲେ । ସୂଚନାଯୋଗ୍ୟ, ଗତ ବୁଧବାର ଅପରାହ୍‌ଣରେ ପୁଲିସ ପୀତବାସ ପଣ୍ଡାଙ୍କ ହତ୍ୟା ଅଭିଯୁକ୍ତ ଚିଣ୍ଟୁ ଓ କୁରୁପତିକୁ ଧରି ହତ୍ୟାସ୍ଥଳରେ ପହଞ୍ଚିଥିଲା। ବୈକୁଣ୍ଠନଗର ପ୍ରଥମ ଗଳି ଯେଉଁଠାରେ ପୀତବାସଙ୍କୁ ଗୁଳିମାଡ଼ ହୋଇଥିଲା ସେଠାରେ ଅଭିଯୁକ୍ତମାନେ ଅପରାଧ ବେଳର ସିନ୍‌ ରିକ୍ରି‌ଏସନ୍‌ କରି ଡେମୋ ଦେଖାଇଥିଲେ। ପୀତବାସ ସ୍କୁଟିରେ ଆସିବା ପୂର୍ବରୁ ଚିଣ୍ଟୁ ଓ କୁରୁପତି ଆଗୁଆ ସେଠାରେ ପହଞ୍ଚିଥିଲେ। ପୀତବାସ ଆସିବା କ୍ଷଣି କୁରୁପତି ବାଇକ୍‌ରୁ ଓହ୍ଲାଇ ତାଙ୍କୁ ‘ପଣ୍ଡା ବାବୁ ନମସ୍କାର’ ବୋଲି କହିଥିଲା। ପୀତବାସ ‘କିଏ’ ବୋଲି ପଚାରିବା କ୍ଷଣି କୁରୁପତି ଗୁଳି ଚଳାଇଥିଲା। ଗୁଳିଟି ପୀତବାସଙ୍କ ଛାତିରେ ବାଜିବା ମାତ୍ରେ ସେ ସ୍କୁଟି ସହ ତଳେ ପଡ଼ି ଯାଇଥିଲେ। ଅନ୍ୟପଟେ ସାମ୍ବାଦିକ ସମ୍ମିଳନୀରେ ମୃତ ପୀତବାସ ପଣ୍ଡାଙ୍କ ପତ୍ନୀ ୨୭ ଓ ୨୮ ତାରିଖରେ ହତ୍ୟା ଧମକ ଆସିଥିଲାବୋଲି କହିଥିଲେ ।  ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ନାଆଁରେ ହତ୍ୟା ଧମକ ମିଳୁଛି। ସେମାନେ ଫୋନ୍ କରି ମାମଲା ପ୍ରତ୍ୟାହାର କରିବାକୁ ଧମକ ଦେଉଛନ୍ତି। ତା ନହେଲେ ତୁମକୁ ଓ ତୁମ ପୁଅକୁ ଜୀବନରୁ ମାରିଦେବୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking