15.1 C
Bhubaneswar
Saturday, December 6, 2025
Homeଓଡିଶାଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ଭୋଟ୍

ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ଭୋଟ୍

-୨.୪୮ ଲକ୍ଷ ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ
– ପୁରୁଷ ଭୋଟର ୧,୨୨,୧୦୩
– ମହିଳା ଭୋଟର୍ ୧,୨୬,୧୩୨
– ସୁରକ୍ଷାକୁ କଡ଼ାକଡ଼ି, ମୂତୟନ ପୁଲିସ୍
– ୱେବ କାଷ୍ଟିଂ ଜରିଆରେ ତଦରଖ

ଭୁବନେଶ୍ୱର: ସକାଳ ପାହିଲେ ବହୁଚର୍ଚ୍ଚିି ନୂଆପଡ଼ା ଭୋଟ୍‌। କାହା ମୁଣ୍ଡରେ ଭୋଟ୍‌ରେ ସୂନାକଳସ ଢାଳିବେ ତାହା ଗଣତି ପରେ ଜଣାପଡ଼ିବ। ମାତ୍ର ୨.୪୮ ଲକ୍ଷ ଭୋଟର୍‌ଙ୍କ ହାତରେ ରହିଛି ଚଉଦ ପ୍ରାର୍ଥୀଙ୍କ ଭାଗ୍ୟ। ଏଥିରେ କଂଗ୍ରେସ, ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ତ୍ରୀମୁଖୀ ଲଢ଼େଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଭଗୋପାଳନ ଗଣମାଧ୍ୟମକୁ କହିଛନ୍ତି ଯେ, ନୂଆପଡ଼ା ଉପନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ସବୁ ବୁଥ୍‌ରେ ଇଭିଏମ୍ ଓ ଭିଭିପିଟ୍ ପହଞ୍ଚିବା ସହ ପରୀକ୍ଷା ନରୀକ୍ଷା ଶେଷ ହୋଇଛି। ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ମାଓ ପ୍ରଭାବିତ ଅଞ୍ଚଳରେ ଅଧିକ ପୁଲିସ୍ ମୂତୟନ ହୋଇଛନ୍ତି। ବାୟୁସେନା ହେଲିକ୍‌କ୍ଟର ଯୋଗେ ନିର୍ବାଚନ ଅଧିକାରୀ ଓ ସହଯୋଗୀମାନଙ୍କୁ ପାହାଳିଡ଼ିଅ ଓ ସମ୍ବେଦନଶୀଳ ବୁଥ୍‌କୁ ପଠାଯାଇଛି। ସବୁଠି ୱେବ କାଷ୍ଟିଂ ଜରିଆରେ ତଦରଖ କରିବାର ବ୍ୟବସ୍ଥା ହୋଇଛି। ଯିଏ ଭୋଟ୍ ଦାନରେ ବାଧା ଉପୁଯାଇବ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସିଇଓ କହିଛନ୍ତି ଯେ, ଉପନିର୍ବାଚନରେ ମୋଟ୍ ମତଦାତା ସଂଖ୍ୟା ୨,୪୮,୨୫୬ ରହିଛି। ଏମାନଙ୍କ ମଧ୍ୟରୁ ପୁରୁଷ ଭୋଟର ୧,୨୨,୧୦୩ ଓ ମହିଳା ଭୋଟର୍ ସଂଖ୍ୟା ୧,୨୬,୧୩୨। ତେବେ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୨୧ ଥିବାବେଳେ ବରିଷ୍ଠ ନାଗରିକ ୨୦୦୭, ଯୁବ ମତଦାତା ୬୦୦୩, ଭିନ୍ନକ୍ଷମ ମତଦାତାଙ୍କ ସଂଖ୍ୟା ୪ହଜାର ରହିଛି। ମତଦାନ କେନ୍ଦ୍ର ୩୦୨ରୁ ୩୫୮କୁ ବୃଦ୍ଧି କରାଯାଇଛି।

ସିଇଓ କହିଛନ୍ତି ଯେ, ନୂଆପଡ଼ା ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ମୋଟ୍ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ପ୍ରାର୍ôଥପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଥିଲା। ସେମାନେ ଥିଲେ ବହୁଜନ ସମାଜ ପାର୍ଟିର ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରାଙ୍କ ସହ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା, କମଳ ଛତ୍ରିଆ ଏବଂ ଭୁଜବଳ ଆଡ଼ବଙ୍ଗା। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସର ଘାସିରାମ ମାଝୀ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳର ଶୁକଧର ଦଣ୍ଡସେନାଙ୍କ ସହ ୮ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ୍ ରହଇଥିବାରୁ ସେମାନଙ୍କ ଭାଗ୍ୟ ମଙ୍ଗଳବାର ସାବ୍ୟସ୍ତ ହେବ।

ଉଲ୍ଲେଖନୀୟ ଯେ, ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଅକ୍ଟୋବର ୨୦ରେ ଧାର୍ଯ୍ୟ ହୋଇଥିଲାବେଳେ ଅକ୍ଟୋବର ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ଓ ୨୪ରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା। ନଭେମ୍ବର ୧୬ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। ପ୍ରଥମେ ସ୍ୱାଧୀନ ପ୍ରାର୍ଥୀ ଆଶ୍ରୟ ମହାନନ୍ଦ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତାପରେ ଆଉ ୪ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ। ସେମାନେ ଥିଲେ ଓଡିଶା ଜନତା ଦଳର ପ୍ରାର୍ଥୀ ଶୁକଦେବ ଦଣ୍ଡସେନା, ସ୍ୱାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା, ଭାରତୀୟ ଜାତୀୟ କଂଗ୍ରେସ ଘାସିରାମ ମାଝୀ ଏ ବଂ ଭାରତୀୟ ଜନତା ପାର୍ଟିିର ଜୟ ଢୋଲ୍‌କିଆ। ଏହା ପରେ ବାକି ପ୍ରାର୍ଥୀ ନାମାଙ୍କନ ଭରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking