31.1 C
Bhubaneswar
Friday, February 6, 2026
Homeଓଡିଶାଯୁବକଙ୍କୁ ଛୁରା ମାଡ଼ ମାମଲାରେ ନୂଆ ମୋଡ

ଯୁବକଙ୍କୁ ଛୁରା ମାଡ଼ ମାମଲାରେ ନୂଆ ମୋଡ

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ଉପକଣ୍ଠ କୋରେଇ ଥାନା ଅନ୍ତର୍ଗତ ଫାୟାର ଷ୍ଟେସନ ଗୋଲେଇ ଛକ ନିକଟରେ ଗତ ୬ ତାରିଖ ଗୁରୁବାର ଜଣେ ଯୁବକଙ୍କୁ ଛୁରା ମାଡ଼ କରି ୨ ଜଣ ଦୁର୍ବୁତ୍ତ ୫୦ ହଜାର ଟଙ୍କା ଲୁଟି ନେଇଥିବା ଘଟଣା ନାଟକୀୟ ମୋଡ଼ ନେଇଛି | ନିଜ ପିଉସା ବ୍ୟାଙ୍କରେ ଡିପୋଜିଟ ପାଇଁ ଦେଇଥିବା ଟଙ୍କାକୁ ଅନଲାଇନ ଗେମରେ ହାରି ଯିବା ଫଳରେ ଯୁବକ ଜଣକ ନିଜେ ନିଜ ଦେହକୁ ଛୁରୀରେ ଆଘାତ କରି ଏଭଳି ନାଟକ ରଚିଥିବା କୋରେଇ ଥାନାଧିକାରୀ ରାକେଶ ତ୍ରିପାଠୀ ସୂଚନା ଦେଇଛନ୍ତି | ଏନେଇ ଉକ୍ତ ଯୁବକ ପୋଲିସ ନିକଟରେ ସବୁ କଥା ସ୍ୱୀକାର କରିଛି | ସୂଚନା ଅନୁଯାଇ କୋରାଇ ବ୍ଲକ ଅନ୍ତର୍ଗତ ଜଇଁତଳ ଗ୍ରାମର ଦୁର୍ଯ୍ୟଧାନ ସାହୁଙ୍କ ପୁଅ ରୋହିତ କୁମାର ସାହୁ ଗୁରୁବାର ଅପରାହ୍ନରେ ୫୦ ହଜାର ଟଙ୍କା ଧରି ବ୍ୟାଙ୍କକୁ ଡିପୋଜିଟ କରିବାକୁ ଆସୁଥିଲେ l

ଘରୁ ଆସିବା ବାଟରେ ଫାୟାର ଷ୍ଟେସନ ଗୋଲେଇ ଛକ ନିକଟରେ ୨ ଜଣ ଦୁର୍ବୁତ୍ତ ହଠାତ ତାଙ୍କୁ ଅଟକାଇ ଛୁରି ଦେଖାଇ ଟଙ୍କା ମାଗିଥିଲେ ବୋଲି ଯୁବକ ଜଣଙ୍କ କହିଥିଲେ | ସେ ଟଙ୍କା ନ ଦେବାରୁ ତାଙ୍କୁ ଛୁରା ମାଡ଼ କରିଥିଲେ ଏବଂ ବ୍ୟାଗରେ ଥିବା ଟଙ୍କାକୁ ଲୁଟିନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l ରୋହିତଙ୍କୁ ଗୁରୁତ୍ତର ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଯାଜପୁରରୋଡ଼ ମେଡ଼ିକାଲରେ ଭର୍ତି କରିଥିଲେ l ଅନ୍ୟପଟେ ପରିବାର ବର୍ଗଙ୍କ ତରଫରୁ କୋରାଇ ଥାନାରେ ଏକ ଏତଲା ଦାୟର କରାଯଇଥିଲା | କୋରେଇ ଥାନା ଅଧିକାରି ରାକେଶ ତ୍ରିପାଠୀ ଏହା କୁ ଗୁରୁତ୍ୱ ଦେଇ ତଦନ୍ତ କରି ଥିଲେ ଘଟଣା ଟି ପୋଲିସ କୁ ସଂନ୍ଦେହେ ହେବାରୁ ରୋହିତ କୁ ଜେରା କରିବାରୁ ସତ୍ୟ ଘଟଣା ପୋଲିସ ନିକଟରେ ସିକ୍ୱାରକରି ଥିଲା ଏହି ଅପବାଦ ରୁ ରକ୍ଷା କରିବା ପାଇଁ ଛୁରୀ କିଣି ନିଜ ଦେହ ରେ ଛୁରୀ ମାରି ଚୋରି ଅଭିନୟ କରି ଥିଲା ଏତେ କମ ବୟସ ପିଲା ରେ ମିଛ ଅଭିନୟ ଚର୍ଚ୍ଚା ର କେନ୍ଦ୍ର ବିନ୍ଧୁ ସାଜିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking