22.1 C
Bhubaneswar
Saturday, February 7, 2026
Homeଓଡିଶାଅସୁରକ୍ଷିତ କୋଠା ଭଙ୍ଗା ପ୍ରକ୍ରିୟା ତ୍ୱରାନ୍ୱିତ: ମନ୍ତ୍ରୀ

ଅସୁରକ୍ଷିତ କୋଠା ଭଙ୍ଗା ପ୍ରକ୍ରିୟା ତ୍ୱରାନ୍ୱିତ: ମନ୍ତ୍ରୀ

ଭୁବନେଶ୍ୱର: କଟକ ଅଘଟଣ ପରେ ନଗର ଉନ୍ନୟନ ବିଭାଗଙ୍କ ବଡ ପଦକ୍ଷେପ । ବେସରକାରୀ ବିପଦପୂର୍ଣ୍ଣ ଘର ଭାଙ୍ଗିବା ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ବିପଦପୂର୍ଣ୍ଣ ବିଲଡିଂ ଘୋଷଣା କରିବା ପୂର୍ତ୍ତ ବିଭାଗର ଦାୟିତ୍ୱ । ବିପଦପୂର୍ଣ୍ଣ କୋଠା ଭାଙ୍ଗିବା ଦାୟିତ୍ୱ ନଗର ଉନ୍ନୟନ ବିଭାଗର । ସରକାରୀ ଘରକୁ ଅସୁରକ୍ଷିତ ଘୋଷଣା କରିବା ସରକାରଙ୍କ ଦାୟିତ୍ୱ । ଅସୁରକ୍ଷିତ ଘର ମାଲିକ ସଚେତନ ହେବା ଦରକାର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସୂଚନାଯୋଗ୍ୟ, ଗତକାଲି କଟକ ମଣିସାହୁ ଛକରେ ଥିବା କ୍ୟାଣ୍ଟନମେଣ୍ଟ ସ୍କୁଲ ସାମ୍ନାରେ ଥିବା ଏକ ଆପାର୍ଟମେଣ୍ଟର ବାଲକୋନି ମରାମତି ସମୟରେ ଭାଙ୍ଗିଯାଇ ଦୁଇ ଜଣଙ୍କ ଘର ଉପରେ ପଡିଥିଲା । ଏହି ଅଘଟଣ ଫଳରେ ଦୁଇ ପରିବାର ୬ ଜଣ ଆହତ ହୋଇଥିବା ବେଳେ ଗୋଟିଏ ପରିବାରର ବାପା,ପୁଅ ଓ ନାତିଙ୍କ ମୃତ୍ୟୁ ଘଟିଥିଲା । ଏହି ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକଙ୍କ ପିଛା ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହ ସମସ୍ତ ଆହତଙ୍କ ଉତ୍ତମ ଚିକିତ୍ସା ବ୍ୟବସ୍ଥା‌ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking