ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର କୁଆଖାଇ ନଦୀପଠାରେ ଉଦଘାଟିତ ହୋଇଛି ବାଲିଯାତ୍ରା। ବାଲିଯାତ୍ରା ମଞ୍ଚକୁ ଫୁଲ ଏବଂ ବିଭିନ୍ନ ପ୍ରକାର ଲାଇଟରେ ସଜାଯାଇଛି । ମଞ୍ଚରେ ମେୟର ସୁଲୋଚନା ଦାସ , ଗୋଲକ ମହାପାତ୍ର ଏବଂ ଅନ୍ୟ ଅତିଥିମାନେ ଉପସ୍ଥିତ ଅଛନ୍ତି ।କାର୍ଯ୍ୟସୂଚୀ ଅନୁଯାଇ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ନୃତ୍ୟକାରୀମାନେ ମଞ୍ଚରେ ଓଡିଶୀ ଏବଂ ପାରମ୍ପରିକ ନୃତ୍ୟ କରି ପ୍ରତିଭା ପରିବେଷଣ କରିଥିଲେ । ମଂଚ ରେ ଥିବା ସମସ୍ତ ଅତିଥି ତାଳି ମାରି ଉପଭୋଗ କରୁଥିଲେ । ଏହି ମେଳାକୁ ହଜାର ହଜାର ଲୋକ, କାରିଗର, ବ୍ୟବସାୟୀମାନେ ଆସି ମନ ଭରି ବୁଲିଥାନ୍ତି । ଏହି କାର୍ଯ୍ୟକ୍ରମରେ ଲୋକକଳା ଏବଂ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ ସହିତ ଅଲିଉଡ୍ ଏବଂ ବଲିଉଡ୍ କଳାକାରଙ୍କ ଦ୍ୱାରା ସାଂସ୍କୃତିକ ପ୍ରଦର୍ଶନ ପ୍ରଦର୍ଶିତ କରାଯାଇଥାଏ । ପିଲାମାନେ ରାଇଡ୍ ଏବଂ ଦୋଳି ଖେଳି, ଚଟପଟା ଖାଇବା ଖାଇ ମଜା ନେଇଥାନ୍ତି , ଯାହା ମେଳାକୁ ଆହୁରି ଆକର୍ଷଣୀୟ କରିଥାଏ। କଟକ ଭଳି ଭୁବନେଶ୍ୱର କୁଆଖାଇ ନଦୀ ନିକଟ ବାଲି ଯାତ୍ରାର ସ୍ୱତନ୍ତ୍ରତା ସବୁଠାରୁ ନିଆରା ।










