14.1 C
Bhubaneswar
Saturday, December 6, 2025
Homeଓଡିଶାଆଜି ପୁଣି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ

ଆଜି ପୁଣି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଆଜି ପୁଣି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାରର ଶେଷ ଦିନ । ତେଣୁ ଆଜି ମୁଖ୍ୟମନ୍ତ୍ରୀ ନୂଆପଡ଼ା ଯାଇ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ । ଗତକାଲି ଦ୍ବିତୀୟଥର ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆପଡ଼ା ଯାଇଥିଲେ । ତେଣୁ ଆଜି ମୋହନ ମାଝୀ ନୂଆପଡ଼ା ଯାଇ ଜୟ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିବେ ।  ଗୁରୁବାର ମଧ୍ୟ ମୁଖ୍ୟମନ୍ତ୍ରୀ ନୂଆପଡ଼ାର କୋମନା ଯାଇ ବିରାଟ ରୋଡ୍ ସୋ’ କରିଥିଲେ । ନବୀନ କହିଥିବା ବେଇମାନି ଶବ୍ଦର ସଜ୍ଞା ବୁଝାଇଥିଲେ ମୋହନ ମାଝୀ । ସେପଟେ ନୂଆପଡାରେ ଡେରା ପକାଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ନଭେମ୍ବର ୧୧ ତାରିଖରେ ନୂଆପଡ଼ାରେ ଭୋଟ୍ ଗ୍ରହଣ ହେବ ଏବଂ ୧୪ ତାରିଖରେ ଫଳାଫଳ ଆସିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking