ଭୁବନେଶ୍ୱର: ବଢୁଥିବା ସଡକ ଦୁର୍ଘଟଣାକୁ ନେଇ ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ଉଦବେଗ ପ୍ରକାଶ କଲେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ସଡକ ଦୁର୍ଘଟଣାକୁ ସମାପ୍ତ କରିବାକୁ ହେବ କହିଲେ ଗଡକରୀ । ଦୁର୍ଘଟଣାରେ ଦୈନିକ ୪୨୦ ଜଣଙ୍କ ମୃତ୍ୟୁ ହୋଇଛି । ୬୬ ପ୍ରତିଶତ ୧୮ରୁ ୩୬ ବର୍ଷ ବୟସର । ସଡକ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ , ରୋଡ ଇଞ୍ଜିନିୟରିଂରେ ତ୍ରୁଟି ହେବାକୁ ଦେବାନି । ଡିପିଆରରେ ତ୍ରୁଟି ଯୋଗୁଁ ଅଧିକାଂଶ ଦୁର୍ଘଟଣା ଘଟେ । ଆମେ ଏହାକୁ ହାଲୁକା ଭାବେ ନେଇ କୌଣସି ସୁଧାର କରିନଥାଉ । ଭୁସ୍ଖଳନ ସ୍ଥାନ ଓ ବ୍ଲାକ ସ୍ପଟ ଚିହ୍ନଟ କରନ୍ତୁ, ସଡକ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉ ।










