26.1 C
Bhubaneswar
Wednesday, February 4, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ବେଳେ କାନ୍ଦିଲେ ଜୟ ଢୋଲକିଆ

ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ବେଳେ କାନ୍ଦିଲେ ଜୟ ଢୋଲକିଆ

ନୂଆପଡା: ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ବେଳେ କାନ୍ଦିଲେ ଜୟ ଢୋଲକିଆ ।କୋମନା ମଞ୍ଚ ଉପରେ କାନ୍ଦିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ବେଳେ ଦେଖିବାକୁ ମିଳିଲା ଏମିତି ଦୃଶ୍ୟ ।ବିଜେଡିକୁ ବେଇମାନୀ ଅର୍ଥ ମୁଖ୍ୟମନ୍ତ୍ରୀ ବୁଝାଇବା ବେଳେ କାନ୍ଦିଲେ ଜୟ। ସୂଚନାଥାଉକିନୂଆପଡା କୋମନାରେ ବିରାଟ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି । କହିଛନ୍ତି, ନୂଆପଡାର ବିକାଶ ପାଇଁ ମୋତେ ଏଠାକୁ ଆସିବାକୁ ପଡୁଛି । ପୂର୍ବରୁ କେବେ ଏତେ ଜନସମାଗମ କେହି ଦେଖିନଥିଲେ । ନୂଆପଡାର ବିକାଶ ପାଇଁ ୧ ହଜାର ୪ ଶହ କୋଟିର ପ୍ରତିଶ୍ରୁତି ଦେଇ ସାରିଛି । ଜୟ ଢୋଲକିଆ ନିର୍ବାଚିତ ହେଲେ ଆପଣଙ୍କ ଦାବି ଉପସ୍ଥାପନ କରିପାରିବେ । କିଛି ଦିନ ତଳେ ବିରୋଧୀଗଳ ନେତା ଜୟଙ୍କୁ ବେଇମାନ କହିଥିଲେ । ପୂର୍ବରୁ କେବେ ତାଙ୍କ ମୁହଁରୁ ଏପରି ଶବ୍ଦ ବାହାରେ ନାହିଁ । କେହି ତାଙ୍କୁ ସ୍କ୍ରିପ୍ଟ ଲେଖି ଦେଇଥିଲେ, ତାହା ସେ ପଢିଦେଲେ । ବେଇମାନ ଶବ୍ଦର ଅର୍ଥ ବୋଧେ ସିଏ ବୁଝି ପାରିନଥିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking