25.1 C
Bhubaneswar
Friday, March 20, 2026
Homeଓଡିଶାଅନ୍ତେବାସୀଙ୍କୁ ଅଶ୍ଳୀଳ ବ୍ୟବହାର: ହରଡ଼ଘଣାରେ ଯନ୍ତ୍ରୀ

ଅନ୍ତେବାସୀଙ୍କୁ ଅଶ୍ଳୀଳ ବ୍ୟବହାର: ହରଡ଼ଘଣାରେ ଯନ୍ତ୍ରୀ

ମୟୁରଭଞ୍ଜ: ଅନ୍ତେବାସୀଙ୍କ ସହ ଅପ୍ରାକୃତିକ ଯୌନ ସଂପର୍କ ଅଭିଯୋଗରେ ଛନ୍ଦି ହୋଇ ହରଡ଼ଘଣାରେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ। ତେବେ ଏଭଳି ଲଜ୍ଜାଜନକ ଘଟଣାରେ ଛନ୍ଦି ହୋଇ ବିବାଦୀୟ ହେବା ସହିତ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି ଅଭିଯୁକ୍ତ ଯନ୍ତ୍ରୀ। ତେବେ ଏଭଳି ଏକ ଅଭାବନୀୟ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ହରିଶ୍ଚନ୍ଦ୍ରପୁର ଭଞ୍ଜଭୂମି ସଂସ୍କୃତ ବିଦ୍ୟାଳୟରୁ। ସୂଚନାଯୋଗ୍ୟ ଏହି ବିଦ୍ୟାଳୟ ପରିସରରେ ଏକ ଶୌଚାଳୟ ନିର୍ମାଣ ହୋଇଥିବା ବେଳେ ତଦାରଖ କରିବାକୁ ରବିବାର ଆସିଥିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଏହି ସମୟରେ ବିଦ୍ୟାଳୟର ଅନ୍ତେବାସୀ ଛାତ୍ରଙ୍କ ସହ ମିଳାମିଶା କରି ଫେରି ଯାଇଥିଲେ। ପରେ ପୁଣି ସନ୍ଧ୍ୟା ପ୍ରାୟ ସାଢେ ୭ ଟା ସମୟରେ ବିଦ୍ୟାଳୟ ପରିସରରେ ପହଞ୍ଚି ଅନ୍ତେବାସୀ ଛାତ୍ର ସହ ମିଶି ଯାଇଥିଲେ। ତେବେ ଏହି ସୁଯୋଗରେ କଥାବାର୍ତ୍ତା ଛଳରେ ଅଶ୍ଳୀଳ ଆଚରଣ ପ୍ରଦର୍ଶନ ସହ ୯ ଜଣ ନାବାଳକ ଛାତ୍ରଙ୍କୁ ଅଫିସ କୋଠରୀକୁ ନେଇ ଅପ୍ରାକୃତିକ ଯୌନ ସଂପର୍କ ରଖିଥିଲେ । ଏ ଘଟଣା ସମ୍ପର୍କରେ କାହାକୁ କହିଲେ ସ୍କୁଲ ବନ୍ଦ କରିଦେବା ସହ ଜୀବନରୁ ମାରି ଦେବାର ଧମକଚମକ ଦେଇଥିଲେ ସଂପୃକ୍ତ ଯନ୍ତ୍ରୀ। ତେବେ ଅଭିଯୁକ୍ତ ଯନ୍ତ୍ରୀ ଜଣକ ସେତିକିରେ ସନ୍ତୁଷ୍ଟ ହେଲେନି ଯେ ପିଡିତଙ୍କୁ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରିବା ସହିତ ନାଲି ଆଖି ଦେଖାଇଥିବା ଅଭିଯୋଗ ହୋଇଛି। ପରେ ଘଟଣା ସମ୍ପର୍କରେ ପୀଡ଼ିତ ଛାତ୍ରମାନେ ବିଦ୍ୟାଳୟର ପ୍ରଧାନପଣ୍ଡିତ ସେବତୀ ମହାନ୍ତଙ୍କୁ ଜଣାଇଥିଲେ। ପୁରା ଘଟଣା ସମ୍ପର୍କରେ ଅବଗତ ହେବାପରେ ପ୍ରଧାନପଣ୍ଡିତ ସେବତୀ ମହାନ୍ତ ସଦର ଥାନା ବାରିପଦାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ସଦର ଥାନା ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପଟେ ଅନ୍ତେବାସୀ ଆଦିବାସୀ ଛାତ୍ରଙ୍କ ପ୍ରତି ଯନ୍ତ୍ରୀଙ୍କ ଏଭଳି ଆଚରଣକୁନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଅଭିଯୋଗ ସଂକ୍ରାନ୍ତରେ ବାରିପଦା ସଦର ଏସଡିପିଓ ତଦନ୍ତ କରୁଥିବା ଜଣାପଡିଛି। ତେବେ ଘଟଣାରେ ସଂପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking