କଟକ: କଟକ ବାଲିଯାତ୍ରାକୁ ନେଇ ସାଂସଦ ଭର୍ତ୍ତୃହରିଙ୍କ ପ୍ରଶାସନକୁ ତେର୍ଚ୍ଛା ବାଣ ମାରିଛନ୍ତି । କହିଛନ୍ତି , ଉପର ପଡିଆରେ କାଦୁଅ ଅଛି କି, ହେଲେ ତଳ ପଡିଆ ତ କାଦୁଅ । ଉପର ପଡିଆରେ ବାଲିଯାତ୍ରା ନ କରିବା ନିଷ୍ପତ୍ତିକୁ ମୁଁ ଭୁଲ କହିଥିଲି । ଗତବର୍ଷ ତତକାଳୀନ ଡିସିପି କାହା ସହ ପରାମର୍ଶ ନକରି ସତ୍ୟପାଠ ଦେଲେ । ଉପର ପଡିଆରେ ବାଲିଯାତ୍ରା ନ କରିବା ପାଇଁ ସତ୍ୟପାଠ ଦେବାରୁ ବିବାଦ ହୋଇଥିଲା। ସବୁବେଳେ ବାଲିଯାତ୍ରାକୁ ନେଇ ନୂଆ କଥା ହେଉଛି, ଏଥର କଣ ହେଉଛି ଦେଖାଯାଉ । ସୂଚନାଥାଉକି, ନଭେମ୍ବର ୫ରୁ ୧୨ ଯାଏଁ ଚାଲିବ ଐତିହାସିକ ବାଲିଯାତ୍ରା ।










