16.1 C
Bhubaneswar
Saturday, December 6, 2025
Homeଓଡିଶାଶ୍ରୀମନ୍ଦିରରେ ସୁରକ୍ଷା ଅନୁଧ୍ୟାନ କଲେ ଏଡିଜେ

ଶ୍ରୀମନ୍ଦିରରେ ସୁରକ୍ଷା ଅନୁଧ୍ୟାନ କଲେ ଏଡିଜେ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଏଡିଜେ ସୌମେନ୍ଦ୍ର ପ୍ରିୟଦର୍ଶୀ  ସୁରକ୍ଷା ଅନୁଧ୍ୟାନ କରିଛନ୍ତି ।  ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ  ଦର୍ଶନ  ବ୍ୟବସ୍ଥାର ଅନୁଧ୍ୟାନ କଲେ ଏଡିଜେ । ପୁରୀ ଏସପିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି ।  ପୂର୍ବରହୁ ଦର୍ଶନ ବ୍ୟବସ୍ଥାର ଅନୁଧ୍ୟଆନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ  ପ୍ରଶାସକ ଅରବିନ୍ଦ ପାଢୀ ।  ଗତକାଲି ପଞ୍ଚକର ପ୍ରଥମ ଦିନରେ ପ୍ରବଳ ଠେଲା ପେଲା ହୋଇଥିଲା। ଏପରିକି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଧୈର୍ଯ୍ୟହରା ହେବା ପରେ ବ୍ୟାରିକେଡ୍ ଭାଙ୍ଗି ମନ୍ଦିରରେ ପ୍ରବେଶ କରିଥିଲେ ଭକ୍ତ। କେତେକ ଭକ୍ତ ତଳେ ପଡ଼ି ଯାଇଥିଲେ। ପଞ୍ଚକର ବାକି ଦିନ ଯେପରି ସୁରୁଖୁରୁରେ ଦର୍ଶନ ହେବ ତାର ବ୍ୟବସ୍ଥା କରିବାକୁ ପୁରୀରେ ପହଞ୍ଚିିଥିଲେ ପୋଲିସ ଡିଜି ୱାଇ ବି ଖୁରାନିଆ। ସ୍ଥିତି ଯାଞ୍ଚ କରିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ନେଇ ସେ ଅନୁଧ୍ୟାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking