21.1 C
Bhubaneswar
Saturday, December 6, 2025
Homeଓଡିଶାଦୁଇ ଭାଇଙ୍କୁ ଦଳିଦେଲା ହାତୀ

ଦୁଇ ଭାଇଙ୍କୁ ଦଳିଦେଲା ହାତୀ

କେନ୍ଦୁଝର: ଚାଷଜମିରେ ଦୁଇ ନାବାଳକ ଭାଇଙ୍କୁ ଦଳିଦେଲା ହାତୀ। ଚାଷଜମିରେ ଥିବା କୁଡିଆକୁ ଯିବାବେଳେ ଉଭୟଙ୍କୁ ହାତୀ ଦଳିଦେଇଛି । ଘଟଣାସ୍ଥଳରେ ବଡ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ଗୁରୁତର ଆହତ ଅଛନ୍ତି । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଲାଞ୍ଜିଗଡ ଥାନା କୁନାକାଡୁ ଗାଁରେ ଘଟିଛି । ଗୁରୁତର ସାନ ଭାଇକୁ ସ୍ଥାନୀୟ ଲୋକେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ହାତୀମାନଙ୍କ ଏଭଳି ଉପଦ୍ରବ, ଦୌରାତ୍ମ୍ୟ ପାଇଁ ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । କେଉଁଠି ଘର ଦ୍ୱାର ଭାଙ୍ଗି ନଷ୍ଟ କରୁଛନ୍ତି ତ ଆଉ କେଉଁଠି ଚାଷ ଜମିରେ ପସି ଫଲସ ନଷ୍ଟ କରିଦେଉଛନ୍ତି । ତେବେ ହାତୀ ଆକ୍ରମଣରେ ନାବାଳକର ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହିତ ପରିବାର ଲୋକେ  ଦୁଃଖରେ ଭାଙ୍ଗି ପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking