25.1 C
Bhubaneswar
Thursday, February 12, 2026
Homeଓଡିଶାଶଙ୍କର-ମୁନ୍ନାଙ୍କୁ ମୁହାଁମୁହିଁ ଜେରା

ଶଙ୍କର-ମୁନ୍ନାଙ୍କୁ ମୁହାଁମୁହିଁ ଜେରା

କଟକ : ଓଡିଶାରେ ପହଞ୍ଚିଛି ପୁଲିସ୍‌ ଏସ୍‌ଆଇ ସ୍କାମ୍‌ର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି। ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ଵରକୁ ଆଣି ସିଧାସଳଖ କଟକ କ୍ରାଇମବ୍ରାଞ୍ଚ ହେଡ୍ ଅଫିସକୁ ନେଇଥିଲା। ସେଠାରେ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତିଙ୍କୁ ମୁହାଁମୁହିଁ ଜେରା କରାଯାଇଛି। କ୍ରାଇମବ୍ରାଞ୍ଚ ମୁନ୍ନାକୁ ୫ ଦିନିଆ ରିମାଣ୍ଡରେ ଆଣି ସାରିଛି। ସେପଟେ କ୍ରାଇମବ୍ରାଞ୍ଚ ଶଙ୍କର ପୃଷ୍ଟିର ଗିରଫଦାରୀ ନେଇ ପ୍ରେସ୍‌ ରିଲିଜ୍ ଦେଇଛି। ଶଙ୍କରଠାରୁ ଗୋଟିଏ ଫର୍ଚୁନର , ଦୁଇଟି ଆଇଫୋନ୍ ଏବଂ ପାସପୋର୍ଟ ଜବତ କରାଯାଇଛି। ଗଞ୍ଜାମ ଜଗନ୍ନାଥପୁର ଜଙ୍କସନ୍‌ ଏସ୍‌ବିଆଇ ରୋଡ୍ ଡିଫେନ୍ସ କଲୋନୀର ବାସିନ୍ଦା ହେଉଛନ୍ତି ଶଙ୍କର। ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରା.ଲି.ର ଡାଇରେକ୍ଟର ଭାବେ ସେ କାର୍ୟ୍ୟ କରୁଥିଲେ। ଭୁବନେଶ୍ଵର ପଟିଆରେ ଅଫିସ କରି ସେ ନେଟଓ୍ବକର୍ର୍ ଚଳାଇ ଆସିଥିଲା। ମୁନ୍ନା ମହାନ୍ତି, ଶ୍ରୀକାନ୍ତ ମହାରଣା ଏବଂ ଅରବିନ୍ଦ ଦାସ, ଟି. ଅଭିମନ୍ୟୁ ଦୋରା ଏବଂ ପ୍ରିୟଦର୍ଶିନୀ ସାମଲ ଶଙ୍କରର ସହଯୋଗୀ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking