28.5 C
Bhubaneswar
Monday, June 8, 2026
Homeଓଡିଶାଜୟ ଢୋଲକିଆ ବିସ୍ଫୋରକ ବୟାନ

ଜୟ ଢୋଲକିଆ ବିସ୍ଫୋରକ ବୟାନ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି। ପ୍ରଚାର ଅଭିଯାନକୁ ବିଭିନ୍ନ ଦଳୀୟ କର୍ମକର୍ତ୍ତା ଜୋରଦାର କରିବାରେ ଲାଗିଛନ୍ତି। କିଏ ସଭା ସମିତି କରି ଭୋଟ ମାଗୁଛନ୍ତି ତ ଅନ୍ୟ କିଏ ରୋଡ୍‌ ଶୋ’ କରି ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି। ଏପରି ସମୟରେ ବିଜେଡି ଛାଡ଼ିବା ନେଇ ଜୟ ଢୋଲକିଆ ବିସ୍ଫୋରକ ବୟାନ ଦେଇଛନ୍ତି। ଜୟ କହିଛନ୍ତି, ବାପା ଅସୁସ୍ଥ ଥିଲା ବେଳେ ବିଜେଡି ପଚାରିଲା ନାହିଁ। ଯେଉଁ ନେତା ପାର୍ଟିରେ ଜୀବନ ସାରା ରହିଲେ, ତାଙ୍କୁ ନା ଫୋନ କଲେ ନା ସହଯୋଗ। ବାପାଙ୍କ ଦଶାହ କାର୍ୟ୍ୟକ୍ରମ ପ୍ରସ୍ତୁତି ବୈଠକରେ ବି ମତେ ଡକା ଯାଇନଥିଲା। ମୁଁ ପୁଅ ହେଇ ବି ମତେ ସେମାନେ ଡାକି ନଥିଲେ। ଯେଉଁଥିପାଇଁ ମୁଁ ସେ ଦଳ ଛାଡ଼ିଲି। ବାପାଙ୍କ ସପ୍ନ ଥିଲା ଯେ ନୂଆପଡ଼ାକୁ ଏକ ନମ୍ବର କରିବା। ତେଣୁ ବାପାଙ୍କ ସପ୍ନ ପୂରଣ କରିବାକୁ ଭାଜପାକୁ ଆସିଲି। ବିଜେଡିରେ ଏହା ସମ୍ଭବ ହୋଇ ନଥାନ୍ତା ବୋଲି କହିଛନ୍ତି ଜୟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking