26.1 C
Bhubaneswar
Sunday, December 7, 2025
Homeଓଡିଶା୨୮ତମ କାଳୀପୂଜା ମେଲଣ ଉତ୍ସବ ଅନୁଷ୍ଠିତ

୨୮ତମ କାଳୀପୂଜା ମେଲଣ ଉତ୍ସବ ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲା ତଥା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବ୍ୟାସନଗର ସହରର ଗଣପର୍ବ କାଳୀପୂଜା ମେଲଣ ଉତ୍ସବ ଆନନ୍ଦ ଉଲ୍ଲସର ସହ ଧୂମଧାମରେ ସମାପନ ହୋଇଛି | ଦୀର୍ଘ ୧୧ ଦିନ ଧରି ଚାଲିଥିଵା କାଳୀପୂଜା ଶୁକ୍ରବାର ଉଯାପିତ ହୋଇଛି | ଚଳିତ ବର୍ଷ ମେଲଣ ଉତ୍ସବ ୨୮ ବର୍ଷରେ ପଦାର୍ପଣ କରିଛି | ଏହି ଉପଲକ୍ଷେ ଚଣ୍ଡିକ୍ଲବ ଆନୁକୂଲ୍ୟରେ ଚୋରଦା କାଳୀ ମେଲଣ ପଡିଆରେ ଅନୁଷ୍ଠିତ ୨୮ ତମ ମେଲଣ ଉତ୍ସବରେ ମୁଖ୍ୟ ଅତିଥିଭାବେ କ୍ରୀଡା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଯୋଗଦେଇ ଏହି ମେଲଣ ଉତ୍ସବ ଆମ ସଂସ୍କୃତିକୁ ବଞ୍ଚାଇରଖିବା ସହ ଭାଇଚାରାକୁ ସୁଦୃଢ କରିବାରେ ସହାୟକ ହୋଇଥାଏ | ଏଣୁ ଏହା କେବଳ ବର୍ଷ, ମାସ ନୁହେଁ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଥାଉ | ପୁରାତନ ପୂଜା କମିଟି ଗୁଡିକୁ ସରକାର ପ୍ରୋତ୍ସାହନ ରାଶି ଯୋଗାଇଦେବାକୁ ସ୍ଥିର କରିଥିବା କହିଥିଲେ | ସମ୍ମାନିତ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗଦେଇ ସମସ୍ତ ପୂଜା କମିଟି, ଆୟୋଜକ କମିଟି, ପୋଲିସ ପ୍ରଶାସନ ତଥା ସହରର ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

ଆଗାମୀ ଦିନରେ ମେଲଣ ପଡିଆରେ ସର୍ବାଙ୍ଗୀନ ଉର୍ନତି ପାଇଁ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ | ମେଳଣ କମିଟିର ସଭାପତି ପ୍ରମୋଦ ରାଉତଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ କମିଟି ସମ୍ପାଦକ ଶିଶିର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ | ଏହି ଅବସରରେ ସମସ୍ତ ୧୭ ଗୋଟି ପୂଜା କମିଟିକୁ ମନ୍ତ୍ରୀ ଓ ବିଧାୟକ ସମ୍ମାନିତ କରିବା ସହ ଟ୍ରଫି ପ୍ରଦାନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ବ୍ୟାସନଗର ନଗରପାଳ ସୁବାଷ ଚନ୍ଦ୍ର ବଳ,କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦ, ୧୫ ନଂ ୱାର୍ଡ କାଉନସିଲର ମଣିନ୍ଦ୍ର ସାହୁ ଅତିଥିଭାବେ ଯୋଗଦେଇଥିଲେ | ପ୍ରଶାସନ ନିର୍ଦ୍ଧାରିତ ସମୟଠାରୁ ବୋହୁ ବିଳମ୍ବରେ ମେଢ଼ ଗୁଡିକ ମଲଣ ପଡିଆରେ ପହଞ୍ଚିଥିଲେ | ବିଳମ୍ବିତ ରାତି ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ଉତ୍ସବକୁ ଭରପୁର ଉପଭୋଗ କରିଥିଲେ | ମେଲଣରେ ୪ ଲକ୍ଷରୁ ଉର୍ଦ୍ଧ ଜଣସମାଗମ ହୋଇଥିବା ଅକାଳନ କରାଯାଇଛି | ଶେଷରେ ପ୍ରଶାସନ ପକ୍ଷରୁ ନିର୍ଧାରିତ ଫାୟାର ଷ୍ଟେସନ ପଛ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯାଇଥିଲା |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking