21.1 C
Bhubaneswar
Tuesday, February 10, 2026
Homeଓଡିଶାରିସା ମାଙ୍କଡିଆଙ୍କର ଅନାହାର ମୃତ୍ୟୁ ପାଇଁ କଂଗ୍ରେସର ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଲେ

ରିସା ମାଙ୍କଡିଆଙ୍କର ଅନାହାର ମୃତ୍ୟୁ ପାଇଁ କଂଗ୍ରେସର ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଲେ

ଭୁବନେଶ୍ୱର: ଦିବା ୧୨ ଘଟିକା ସମୟରେ ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ଆଲୋଚନା କଲେ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ରାଂସୋଳ ଗ୍ରାମ ପଂଚାୟତର ମଲ୍ଲାହାର ସାହି ୧୦ ନମ୍ବର ୱାର୍ଡର ରିସା ମାଙ୍କଡ଼ିଆ ଗତ ୨୨.୧୦.୨୦୨୫ ରିଖ ଖାଦ୍ୟ ନପାଇଁ ଭୋକ ଉପାସରେ ମୃତ୍ୟୁବରଣ କରିଥିଲେ । ଯାହାକି ତା. ୨୮.୧୦.୨୦୨୫ ରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ବିଧାୟକ ଦଳର ଉପନେତା ଶ୍ରୀ ଅଶୋକ ଦାସଙ୍କ ନେତୃତ୍ୱରେ ମଲ୍ଲାହାର ସାହିକୁ ତଥ୍ୟ ଅନୁସନ୍ଧାନକାରୀ ଦଳ ଯାଇ ସେମାନଙ୍କ ପରିବାରକୁ ଭେଟି ଥିଲେ ଏବଂ ୩୦.୧୦.୨୦୨୫ ରିଖରେ ଯାଜପୁର ଜିଲ୍ଲାପାଳଙ୍କୁ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଥିଲା । କିନ୍ତୁ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନକରିବାରୁ ଆଜି ରାଜ୍ୟପାଳଙ୍କୁ ୧୭ ଜଣିଆ ପ୍ରତିନିଧି ଦଳ ୪ଗୋଟି ଦାବି କରିଥିଲେ । ଏହି ଦାବି ଗୁଡ଼ିକ ହେଲା : ଖାଦ୍ୟ ସୁରକ୍ଷା ଯୋଜନାକୁ ତୁରନ୍ତ ମାଙ୍କିଡିଆ ମାନଙ୍କୁ ଯୋଗାଇ ଦିଆଯାଉ, ମାଙ୍କିଡିଆ ମାନଙ୍କୁ ତୁରନ୍ତ ଥଇଥାନ କରିବା, ପକ୍କାଘର ଏବଂ ବିଶୁଦ୍ଧ ପାଣି, ସ୍ୱାସ୍ଥ୍ୟ ଏବଂ ଗାଁକୁ ରାସ୍ତା ଯୋଗାଇ ଦିଆଯାଉ ଓ ଜଙ୍ଗଲ ଜମି ମାଙ୍କିଡିଆ ମାନଙ୍କୁ ୨୦୦୬ ଆଇନ୍ ଅନୁଯାୟୀ ଯୋଗାଇ ଦିଆଯାଉ ।

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ସୁକିନ୍ଦା ବ୍ଲକର ଉନ୍ନୟନ ବିଭାଗ ଅଧିକାରୀ ସୁକିନ୍ଦା ବ୍ଲକରେ ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ରାଜ୍ୟପାଳଙ୍କୁ ଅବଗତ କରାଇବା ସହିତ ଲିଖିତ ଭାବେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଏବଂ ରାଜ୍ୟପାଳ ସମସ୍ତ ଦାବି ଶୁଣିଲାପରେ ପ୍ରତିନିଧି ଦଳଙ୍କୁ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ସୃଜନ ଅଭିଯାନର ଉପାଧ୍ୟକ୍ଷ ସୁଧାଂଶୁ ଦେଓ, ରାଜ୍ୟ ପ୍ରଦେଶ କଂଗ୍ରେସ ମୁଖପାତ୍ର ହିଂମାଶୁ ଲେଙ୍କା, ଯାଜପୁର ଜିଲ୍ଲା ସଭାପତି ମାଗୁଣି ଚରଣ ଜେନା, ଏଆଇସିସି ସଭ୍ୟ ମଧୁସ୍ମିତା ଆଚାର୍ଯ୍ୟ, ପୂର୍ବତନ ଜିଲ୍ଲା ସଭାପତି ମନୋଜ ରାଉତ, ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସମ୍ପାଦୀକା ସ୍ୱର୍ଣ୍ଣ ବନାରା, ଆଦିବାସୀ କଂଗ୍ରେସ ସାଧାରଣ ସମ୍ପାଦକ ହିନ୍ଦୁ ଜାମୁଦା ଏବଂ କଂଗ୍ରେସ ନେତା ବିଭୁ ପ୍ରସାଦ ରାଉତଙ୍କ ସମେତ ସୁକିନ୍ଦାର ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking