ଜୀବନରେ କିଛି କ୍ଷଣ ଏମିତି ବି ଆସି ଥାଏ ଯେତେବେଳେ କି ମନୁଷ୍ୟ ପାଖରେ ସବୁ ଥାଇ ବି ହସିବା ଭୁଲି ଯାଇଥାଏ ।
ଇର୍ଷା ଏବଂ ଘୃଣାର ଅନୁଭବ କାହାକୁ ଜୀବନରେ ସୁଖ ପାଇବାକୁ ଦିଏ ନାହିଁ । ଏହି ଭାବନା ଆମର ମାନସିକ ଶାନ୍ତି ସମାପ୍ତ କରିଦିଏ।
ଜଣେ ଜଣଙ୍କ ପାଇଁ ସେତିକି ଦିନ ପର୍ଯ୍ୟନ୍ତ ଖାସ ହେଇଥାଏ, ଯେତିକି ଦିନ ପର୍ଯ୍ୟନ୍ତ ଆଉଜଣେ ତା ଜୀବନକୁ ଆସି ନଥାଏ ।
“ଖୁସିରେ ରହିବାକୁ ହେଲେ ଯୋଉଟା ଆତ୍ମା କହୁଛି ସେଇଟା କର ଦୁନିଆଁର କଥା କୁ କେବେ ଭୟ କରନି । କାହିଁକିନା … ଦୁନିଆଁ କେବଳ କଷ୍ଟ ଦେବା ଜାଣିଛି କେବେ କାହାକୁ ଖୁସି ଦେବା ଜାଣିନି !!”
ଜୀବନରେ କିଛି ଲୋକ Slow Poison ଭଳି ହୋଇଥାନ୍ତି , ବାହାରକୁ ଭଲ ଦେଖାଯାଆନ୍ତି, କିନ୍ତୁ ଭିତରୁ ଧୀରେ ଧୀରେ ଜୀବନ ନେଇ ଯାଆନ୍ତି ।
“ଜନ୍ମ ଆଉ ମୃତ୍ଯୁ ମଧ୍ୟରେ ଜୀବନ ହେଉଛି ଏକ ଛୋଟ ବ୍ୟବଧାନ ।ତେଣୁ ଏହି ବ୍ୟବଧାନ ମଧ୍ଯରେ ଖୁସି ହେବା , ଅନ୍ୟମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିବା ।ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବା !!”
“ମିଥ୍ୟାରୋପ ଶୁଣିବା ନିଶ୍ଚୟ କଷ୍ଟଦାୟକ, କିନ୍ତୁ ସତ୍ୟତା ପ୍ରମାଣିତ ହେବା ଯାଏଁ ଧୌର୍ଯ୍ୟର ସହିତ ଉପଯୁକ୍ତ ସମୟକୁ ଅପେକ୍ଷା କରିବା ଉଚିତ୍ !!”
“ବଡ଼ ବିଚିତ୍ର ଏ ଦୁନିଆ..! କିଛି ସମ୍ପର୍କ ଏଠି ଭଡାଘର ପରି ହୋଇଥାଏ , ତାକୁ ଯେତେ ଯନ୍ତ୍ରପାତିରେ ସଜାଡ଼ିଲେ ମଧ୍ଯ ସେ କେବେ ନିଜର ହୋଇପାରି ନଥାଏ !!”
“ମନର ଭାବନା ଯଦି ସୁନ୍ଦର ହୁଏ, ତାହେଲେ ସମଗ୍ର ସଂସାର ମଧ୍ୟ ସୁନ୍ଦର ଲାଗେ। ଯେଉଁଠି ଦୃଷ୍ଟି ସତ୍ୟ ଓ ଶୁଭ, ସେଠାରେ ପ୍ରତିକ୍ଷଣ ସ୍ଵର୍ଗର ଅନୁଭୂତି ରହେ !!”
ଅନ୍ୟର ପରାମର୍ଶକୁ ଗ୍ରହଣ ନ କରି ନିଜକୁ ସବୁବେଳେ ଠିକ ଭାବିବା ମଧ୍ୟ ଅସଫଳତା ଆଣିଦେଇ ଥାଏ ….
ଅଦ୍ୟ ନଭେମ୍ବର ମାସ ୦୧ ତାରିଖ ୨୦୨୫ ମସିହା (ଶନିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
କାର୍ତ୍ତିକମାସ- ଶୁକ୍ଳ
ତିଥି-ଦଶମୀ ଦିବା ଘ୦୯/୦୮ ଗତେ ଏକାଦଶୀ
ନକ୍ଷତ୍ର-ଶତଭିଷା ସନ୍ଧ୍ୟା ଘ୦୬/୫୨ ଗତେ ପୂର୍ବଭାଦ୍ର
ଚନ୍ଦ୍ର- କୁମ୍ଭ
ଯୋଗ- ଧୃବ
କରଣ – ଗର
ସୌରମାସ- ତୁଳା ୧୬ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୨/୪୬
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୨୦
*✧═════•❁❀
ଯୋଗିନୀ ଉତ୍ତରେ ଦିବା ଘ୦୯/୦୮ ଗତେ ଅଗ୍ନିକୋଣେ
ମିଥୁନ ଓ ମୀନ ରାଶିର ଘତଚନ୍ଦ୍ର
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା-ଦିବା ଘ୦୭/୧୯ ମଧ୍ୟେ ଓ ଦିବା ଘ୦୩/୪୫ ଗତେ ଘ୦୪/୧୦ ମଧ୍ୟେ
ବାରବେଳା- ଦିବା ଘ୧୨/୫୪ ଗତେ ଘ୦୨/୨୦ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୬ଗତେ ଘ ୦୯/୫୦ ମଧ୍ୟେ ଓ ଘ୧୨/୧୨ ଗତେ ଘ୧୨/୫୩ ମଧ୍ୟେ ଓ ଘ୦୪/୧୨ ଗତେ ଘ୦୫/୧୯ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୮/୫୮ ଗତେ ଘ୧୧/୫୩ ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ
═✧══•❁❀❁•═════✧
ଆଜିର ରାଶିଫଳ ✧═════•❁❀❁•═════
ମେଷ
ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।
✧═════•❁❀❁•═════
ବୃଷ
ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
✧═════•❁❀❁•═════
ମିଥୁନ
ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
✧═════•❁❀❁•═════
କର୍କଟ
ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
✧═════•❁❀❁•═════
ସିଂହ
ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
✧═════•❁❀❁•═════
କନ୍ୟା
ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
✧═════•❁❀❁•═════
ତୁଳା
ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।
✧═════•❁❀❁•═════
ବିଛା
ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
✧═════•❁❀❁•═════
ଧନୁ
ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
═════•❁❀❁•═════
ମକର
ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
✧═════•❁❀❁•═════
କୁମ୍ଭ
ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
✧═════•❁❀❁•═════
ମୀନ
ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।










