ଯାଜପୁର: ଯାଜପୁର ନିର୍ବାଚନ ମଣ୍ଡଳୀ ହେଉଛି ବିଜେଡି ଗଡ଼ l ବବି ଦାସ ଙ୍କ ନିର୍ବାଚନ ମଣ୍ଡଳୀରେ ବବି ଦାସ ଙ୍କ ରାଜ ଚାଲେ । ଯୁବ ଶକ୍ତି ବବି ଦାସଙ୍କ ନେତୃତ୍ୱରେ ପରିଚାଳିତ ହୋଇ ବିଜେଡି ସଂଗଠନକୁ ଯାଜପୁର ନିର୍ବାଚନ ମଣ୍ଡଳୀରେ ଗଡ଼ କରି ରଖିଥାନ୍ତି l ଏବେ ବବି ବାବୁଙ୍କ ଗଡ଼ରେ ନୂଆ ଉତ୍ସାହ ନେଇ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନେତୃତ୍ୱ ଓ ଆହ୍ୱାନରେ ଯାଜପୁର ପୌରାଞ୍ଚଳରେ ବିଜେପି ରେ ଯୁବ ତରଙ୍ଗ ଦେଖିବାକୁ ମିଳିଲା । ଯାଜପୁର ବୈଦ୍ୟରାଜପୁର ନିକଟ ମା ମଣ୍ଡପ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଶହେରୁ ଅଧିକ ଯୁବକ ବିଜେଡି ଓ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। ସଂଗ୍ରାମ ପାତ୍ର ନିଜ ହାତରେ ସେମାନଙ୍କୁ ବିଜେପି ର ଟୋପି ଓ ଉତ୍ତରୀୟ ପିନ୍ଧାଇ ଦଳରେ ମିଶାଇଥିଲେ । ଯାଜପୁର ନିର୍ବାଚନ ମଣ୍ଡଳୀ ରେ ଆଗାମୀ ଦିନ ରେ ପଦ୍ମ ଫୁଲ କୁ ସୁସଂଗଠିତ କରିବେ ବୋଲି ସଂଗ୍ରାମ ପଣ ନେଇଛନ୍ତି । ବବି ବାବୁଙ୍କ ଗଡ଼ ରେ ସଂଗ୍ରାମ ଫୁଲ ଫୁଟାଇ ପାରୁଛି କି ନାହିଁ ସମୟ କହିବ l ବବି ଅବେଦ୍ୟ ଗଡ଼ କୁ କିପରି ଭେଦ କରିବେ ତାହା ଦେଖିବାର ବାକି ରହିଲା ।










