21.1 C
Bhubaneswar
Wednesday, February 11, 2026
Homeଓଡିଶାଏସଆଇ ସ୍କାମ: ସିବିଆଇକୁ ସବୁ ତଥ୍ୟ ଦେବ କ୍ରାଇମବ୍ରାଞ୍ଚ

ଏସଆଇ ସ୍କାମ: ସିବିଆଇକୁ ସବୁ ତଥ୍ୟ ଦେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ପୁଲିସ୍ ଏସଆଇ ପରୀକ୍ଷା କେଳେଙ୍କରି ମାମଲା ସିବିଆଇକୁ ହସ୍ତାନ୍ତର ପ୍ରସଙ୍ଗରେ କ୍ରାଇମ ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।  ସେ କହିଛନ୍ତି ଏହା ପଛରେ ବଡ଼ ନେଟୱର୍କ ରହିଛି। ଯେହେତୁ ସିବିଆଇ ମାମଲାର ତଦନ୍ତ କରିବ, ସେମାନେ ଯେତେବେଳେ ଆସିବେ ଆମେ ତାଙ୍କୁ ଅପଟୁଡେଟ କେସ ରେକର୍ଡ ହସ୍ତାନ୍ତର କରିବୁ। ଏହାପଛରେ ବଡ଼ ଧରଣର ଆନ୍ତଃରାଜ୍ୟ  ଲିଙ୍କ୍ , ବଡ଼  ଷଡ଼ଯନ୍ତ୍ର, ଏବଂ ମନି ଟ୍ରଲ୍ ରହିଛି। ସେହି କାରଣରୁ ରାଜ୍ୟ ସରକାର ଏହାକୁ  ସିବିଆଇ  ତଦନ୍ତ କରିବାକୁ କହିଛନ୍ତି। ଯେହେତୁ ସିବିଆଇର ସମ୍ପୂର୍ଣ୍ଣ ଭାରତରେ ତଦନ୍ତ କରିବାର କ୍ଷମତା ରହିଛି ତେଣୁ ଷଡ଼ଯନ୍ତ୍ର ଦିଗକୁ ଭଲ ଭାବେ ସେମାନେ ତଦନ୍ତ କରିବେ। ଦୋଷୀମାନଙ୍କ ପାଖରେ ପହଞ୍ଚିବେ। କେବଳ ବିଜୟନଗରମ  କିମ୍ବା ଦୀଘା ମୋଡୁଲ  ନୁହେଁ , ଏହା ପଛରେ ଅନେକ  ମୋଡୁଲ  ରହିଥାଇପରେ ବୋଲି ଡିଜି ସଂକେତ ଦେଇଛନ୍ତି। ସିବିଆଇ ନେଲା ପରେ ସେମାନେ ଏ ସବୁକୁ କାଢ଼ିବେ।  ଯେତିକି ପ୍ରମାଣ ଆମେ ପାଉଛୁ, ସେତିକି ତଥ୍ୟ ଆମେ କହୁଛୁ। ଅନୁମାନ କରି କହିବା ମାମଲାକୁ ହାନି ପହଞ୍ଚାଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking