24.1 C
Bhubaneswar
Monday, May 4, 2026
Homeଓଡିଶାପାଖେଇ ଆସୁଛି ‘ମୋନ୍ଥା’

ପାଖେଇ ଆସୁଛି ‘ମୋନ୍ଥା’

ଭୁବନେଶ୍ୱର: ସ୍ଥଳଭାଗକୁ ପାଖେଇ ଆସୁଛି ଭୀଷଣ ବାତ୍ୟା ‘ମୋନ୍ଥା’ । ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରି ନିକଟତର ହେଉଛି । ମଛଲିପଟନମ ଠାରୁ ୫୦, କାକିନାଡା ଠାରୁ ୧୩୦ କିଲୋମିଟର ଦୂରରେ ରହିଛି । ଗୋପାଳପୁର ଠାରୁ ୪୭୦ କିଲୋମିଟର ଦୂରରେ ରହିଛି ମୋନ୍ଥା । କିଛି ସମୟ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଆନ୍ଧ୍ର ଉପକୂଳ କାକିନାଡା ଦେଇ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୧୦ କିଲୋମିଟର ରହିବ । ବାତ୍ୟା ମୋନ୍ଥା ପାଇଁ  ଓଡିଶାକୁ ୱାଣ୍ଣିଂ ଦିଆଯାଇଛି । ଆଜି ପାଇଁ  ୫ ଜିଲ୍ଲାକୁ ରେଡ ୱାଣ୍ଣିଂ ଜାରି କରାଯାଇଛି । ମୋନ୍ତାର ପ୍ରବାବରେ ଆଜି ପରା ଓଡିଶା ବର୍ଷାରେ ଭିଜିବ । ୪ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାଣ୍ଣିଂ । ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ, କଳାହାଣ୍ଡି, ରାୟଗଡାକୁ ରେଡ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ନୂଆପଡା, ବଲାଙ୍ଗୀର, କନ୍ଧମାଳ, ଗଜପତିକୁ  ଅରେଞ୍ଜ ୱାଣ୍ଣିଂ  ଜାରି ହୋଇଛି । ଅବଶିଷ୍ଟ ୨୧ ଜିଲ୍ଲାକୁ ଜାରି ହୋଇଛି ୟେଲ୍ଲୋ ୱାଣ୍ଣିଂ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking