ଭୁବନେଶ୍ୱର: ମୋନ୍ଥାର ପ୍ରଭାବରେ ଖୋର୍ଦ୍ଧା ରୋଡ ଡିଭିଜନରେ ହେଲ୍ପଲାଇନ ନଂ ଜାରି କରାଯାଇଛି । ଭୁବନେଶ୍ୱରର ହେଲ୍ପ ଲାଇନ ନଂ ହେଉଛି- ୮୧୧୪୩୮୨୩୭୧, ଖୋର୍ଦ୍ଧା ରୋଡ- ୯୬୬୮୯୭୮୭୨୭, ବ୍ରହ୍ମପୁର-୯୬୬୮୯୭୨୫,ପଲାସା – ୯୬୬୮୯୭୮୭୨୪ ହେଲ୍ପଲାଇନ ନଂ ଜାରି କରାଯାଇଛି । ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ପାତ୍ରପୁରରେ ୧୧୭.୬ ମିମି ବର୍ଷା ରେକର୍ଡ ହୋଇଛି । ଗଞ୍ଜାମ ଜିଲ୍ଲାରେ ୧୦୨୯ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି । ଜିଲ୍ଲାରେ ୨ ହଜାର ୪୫୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୬ ହଜାର ୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲକ୍ଷ୍ୟ ରଖାଯାଇଛି । ୯୭୦ ଗର୍ଭବତୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ୨୪୨ ଗର୍ଭବତୀଙ୍କୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।










