30.1 C
Bhubaneswar
Tuesday, May 5, 2026
Homeଓଡିଶାବାତ୍ୟାକୁ ଭୟ ନକରି ସତର୍କ ରୁହନ୍ତୁ: ନବୀନ ପଟ୍ଟନାୟକ

ବାତ୍ୟାକୁ ଭୟ ନକରି ସତର୍କ ରୁହନ୍ତୁ: ନବୀନ ପଟ୍ଟନାୟକ

ଭୂବନେଶ୍ୱର: ଭୟ ନକରି ସତର୍କ ରୁହନ୍ତୁ। ଆମେ ଏକାଠି ବାତ୍ୟାର ମୁକାବିଲା କରିବା। ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପୂର୍ବରୁ ଓଡ଼ିଶାବାସୀଙ୍କ ମନୋବଳ ବଢ଼ାଇଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ।  ଏହରି ମଧ୍ୟରେ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କହିଛନ୍ତି ଯେ, ପ୍ରିୟ ଭାଇ ଓ ଭଉଣୀମାନେ। ସମସ୍ତଙ୍କୁ ନମସ୍କାର।  ଆପଣ ଜାଣନ୍ତି ବାତ୍ୟା ‘ମୋନ୍ଥା’ ଆସୁଛି। ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ। ତେଣୁ ଭୟ କରନ୍ତୁ ନାହିଁ। ସତର୍କ ରୁହନ୍ତୁ। ପ୍ରଶାସନକୁ ପୁରା ସହଯୋଗ କରନ୍ତୁ। ଆମର ଦଳର ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ ଯେ, ସେମାନେ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ। ଲୋକଙ୍କୁ ସହାୟତା ଯୋଗାଇ ଦିଅନ୍ତୁ। ଆମେ ସବୁବେଳେ ସମସ୍ତେ ଏକାଠି ମିଶି ବିଭିନ୍ନ  ବିପର୍ଯ୍ୟୟର  ମୁକାବିଲା କରି ଆସୁଛେ। ଏଥର ମଧ୍ୟ ଏକାଠି ହୋଇ  ବାତ୍ୟାର ମୁକାବିଲା କରିବା। ଧନ୍ୟବାଦ ।ବନ୍ଦେ ଉତ୍କଳ ଜନନୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking